ETV Bharat / state

60 ବର୍ଷରେ ଆକାଶବାଣୀ ଜୟପୁର, ଅନେକଙ୍କୁ ପରିଚୟ ଦେଇଛି ରେଡିଓ

author img

By

Published : Jul 24, 2023, 9:24 AM IST

କୋରାପୁଟର ଇତିହାସକୁ ନେଇ ଆଗେଇ ଚାଲିଛି ଆକାଶବାଣୀ ଜୟପୁର । 60ବର୍ଷରେ ପାଦ ଥାପିଛି ଆକାଶବାଣୀ ଜୟପୁର । ଅଧିକ ପଢନ୍ତୁ

koraput jeypore prasara bharati
60ବର୍ଷରେ ଆକାଶବାଣୀ ଜୟପୁର
60ବର୍ଷରେ ଆକାଶବାଣୀ ଜୟପୁର

କୋରାପୁଟ: ରେଡିଓ ହାତରେ ଧରି ପାରୁଥିବା ସମସ୍ତ ରେଡ଼ିଓ ପ୍ରେମୀଙ୍କ ପାଇଁ ଏକ ଅଭୁଲା ଦିନ ଜୁଲାଇ 23 ତାରିଖ । 1927 ମସିହାରେ ଏହି ଦିନ ଭାରତବର୍ଷରେ ପ୍ରଥମ ରେଡ଼ିଓ ପ୍ରସାରଣ ହୋଇଥିଲା । ଏହି କ୍ରମରେ 1956 ମସିହାରେ ଆକାଶବାଣୀ ସ୍ଥାପନା ହେବା ପରେ ସାରା ଭାରତବର୍ଷରେ 470ଟି ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିଲା । କୋରାପୁଟ ଜିଲ୍ଲାରେ ଗିରିକନ୍ଦର, ବଣ ଜଙ୍ଗଲ ଓ ନଦୀକୁ ସମ୍ବଳ କରି ଜୀବନଯାପନ କରୁଥିବା ପ୍ରକୃତିର ସନ୍ତାନଙ୍କ କଳା, ସଂସ୍କୃତି, ନାଚ, ଗୀତ ଓ ଜୀବନର ଧାରାକୁ ସଂଗ୍ରହ କରି ବିଶ୍ୱ ଦରବାରରେ ବାଣ୍ଟିବା ପାଇଁ ୧୯୬୪ ମସିହାରେ ଜୟପୁର ଠାରେ ପ୍ରତିଷ୍ଠିତ ହୋଇଥିବା ଆକାଶବାଣୀ କେନ୍ଦ୍ର । ଏବେ 60 ବର୍ଷର ଇତିହାସକୁ ନେଇ ଆଗେଇ ଚାଲିଛି ଆକାଶବାଣୀ ଜୟପୁର । ଏହା ସହି ରେଡିଓ ଅନେକଙ୍କୁ ପରିଚୟ ଦେଇଛି ।

କେନ୍ଦ୍ରଟି ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜୟପୁର, କଟକ ଓ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏହି କେନ୍ଦ୍ର ତାର ଲାଇବ୍ରେରୀରେ ସାଇତି ରଖିଛି । ଅଚଳ ହୋଇଯାଇଥିବା ଅଡିଓ ଟେପରୁ ଏହି ଅମୂଲ୍ୟ ସମ୍ପଦକୁ ଉଦ୍ଧାର କରି କମ୍ପ୍ୟୁଟରରେ ସାଇତି ରଖିବାରେ କେନ୍ଦ୍ର ସକ୍ଷମ ହୋଇଛି । 60 ବର୍ଷ ମଧ୍ୟରେ ଏହି କେନ୍ଦ୍ରରେ ପରଜା, ଦେଶୀଆ, ସଉରା ଓ କନ୍ଧ ଭାଷାଭାଷୀ କଳାକାରଙ୍କ ସହଭାଗିତାରେ ଚଇତି ଜହ୍ନ, ତାରଭା ଓ କୂନେଇ ଲେଞ୍ଜୁ ଭଳି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ଜନଆଦୃତ ହୋଇପାରିଛି ।

କାର୍ଯ୍ୟକ୍ରମ ପ୍ରସାରଣ ମାଧ୍ୟମରେ ଏହି କେନ୍ଦ୍ର ସ୍ଥାନୀୟ କଳାକାରଙ୍କୁ କିପରି ଅପୂର୍ବ ସୁଯୋଗ ପ୍ରଦାନ କରିଛି । ରେଡିଓ ଅନେକଙ୍କ ପରିଚୟ ଦେଇଥିବା ଏହି କେନ୍ଦ୍ରରେ ଅନେକ ବର୍ଷ ଧରି ରେଡ଼ିଓ ନାଟକରେ ଅଭିନୟ କରି ଆସୁଥିବା ମିନାକ୍ଷୀ ପାତ୍ର କହିଛନ୍ତି । ଆକାଶବାଣୀ କେନ୍ଦ୍ର ଜୟପୁର ନାଟକ ପ୍ରସ୍ତୁତି କ୍ଷେତ୍ରରେ ସୁନାମ ଅର୍ଜନ କରିଛି । ଆକାଶବାଣୀ କେନ୍ଦ୍ରର ଗୌରବମୟ ଇତିହାସକୁ ସାଥିରେ ନେଇ ଆଗକୁ ଅନେକ ସ୍ୱପ୍ନକୁ ସାକାର କରିବାକୁ ଯାଉଛି ଆକାଶବାଣୀ ଜୟପୁର ।

ଏହା ବି ପଢନ୍ତୁ...ପୁରୁଣା ସ୍ମ୍ରୁତିକୁ ଉଜ୍ଜିବୀତ କରୁଛି ରେଡିଓ ମେଳା

ଏହା ବି ପଢନ୍ତୁ...ଡିଜିଟାଲ୍ ଯୁଗରେ କମିନି ଗୋଷ୍ଠୀ ବେତାର କେନ୍ଦ୍ରର ଡିମାଣ୍ଡ

ପ୍ରକାଶଥାଉ କି, ପ୍ରତିବର୍ଷ ରେଡିଓ ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜୁଲାଇ 23 ତାରିଖକୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଏ । ରେଡିଓରେ ସାମାଚାର, କାର୍ଯ୍ୟକ୍ରମ ଓ ଗୀତ ଶୁଣିବାକୁ ଅନେକ ଭଲ ପାଆନ୍ତି । ରେଡିଓରେ ପ୍ରସାରଣ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମ ଲୋକଙ୍କ ହୃଦୟକୁ ଛୁଏଁ । ରେଡିଓରେ ପ୍ରସାରିତ ଖବର, ନାଟକ ଦେଖି ହୁଏ ନାହିଁ ମାତ୍ର ଅନୁଭବ କରିହୁଏ । କେବଳ ଭାରତରେ ନୁହେଁ ବିଶ୍ବରେ ମଧ୍ୟ ରେଡିଓର ସ୍ବତନ୍ତ୍ର ସ୍ଥାନ ରହିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.