ETV Bharat / state

ବର୍ଷା ଭରିଦେଇଛି କୋରାପୁଟ ଚାଷୀ ମନରେ ନୂତନ ଆଶା

ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କୋରାପୁଟ ଚାଷୀଙ୍କ ମନରେ ନୂତନ ଆଶା ଭରିଦେଇଛି ।

author img

By

Published : Jun 8, 2019, 2:39 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

କୋରାପୁଟ: କୋରାପୁଟ ଚାଷୀ ମନରେ ନୂତନ ଆଶା ଭରିଛି କାଳବୈଶାଖୀ । ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କୋରାପୁଟ ଚାଷୀଙ୍କ ମନରେ ନୂତନ ଆଶା ଭରିଦେଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ କୋରାପୁଟରେ ଅପରାହ୍ନ ସମୟରେ ବର୍ଷା ହେଉଥିବା ଯୋଗୁଁ କୋରାପୁଟ ପାଖଆଖରେ ଡଙ୍ଗର ଜମିରେ ଚାଷୀମାନେ ହଳ ବୁଲାଇବା ଆରମ୍ଭ କରିଛନ୍ତି । କିଛି ଚାଷୀ ମୁଗ, ବିରି, କାନ୍ଦୁଲ ବୁଣିବାର ଯୋଜନା କରିଛନ୍ତି ତ ଆଉ କେହି ଚାଷୀ ଧାନ ଚାଷ କରିବା ପାଇଁ ମନ ବଳାଇଛନ୍ତି ।

ତେବେ ବର୍ତ୍ତମାନ ହଳ କରିବା ଫଳରେ ଆସନ୍ତା ମାସକ ମଧ୍ୟରେ ମାଟି ତଳେ ଲୁଚି ରହିଥିବା ପୋକଜୋକ ଓ ଫସଲକୁ ହାନି ପହଞ୍ଚୁଥିବା ବିଭିନ୍ନ କୀଟ ସୂର୍ଯ୍ୟକିରଣ ପଡିବା ପରେ ମରିଯାଇଥାନ୍ତି । ତେଣୁ ଏହା ଫଳରେ ଆସନ୍ତା ମାସ କୃଷି ଉପଯୋଗୀ ବର୍ଷା ହେବା ସମୟରେ ମାଟି ହାଲୁକା ହେବା ସହ ଚାଷ କରିବାରେ ସୁବିଧା ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।

କୋରାପୁଟରୁ ସି.ଏଚ୍, ସାନ୍ତାକାର, ଇଟିଭି ଭାରତ

Slug - ରାଜଦଳ ପାଇଁ ଚିନ୍ତାରେ ମସ୍ଛଜୀବି

Format - AVB

Place- khurda,7.6.19

Visual- MOJO

ଆଙ୍କର : ଦିନ ଥିଲା ନିଲମ୍ବୁ ଚିଲିକା  ଚଳାଉଥିଲା ପରିବାର କିନ୍ତୁ ଚିଲିକା ତାର ଜୈବବିଭିଦତା  ହରାଇ ଥିବାରୁ ଏବେ ଏହି  ଚିଲିକା ପାଲଟିଛି ଶତ୍ରୁ । ଏଭଳି କିଛି କହିଛନ୍ତି ବାପ ଜେଜ ସମୟରୁ ଚିଲିକା ଉପରେ ନିର୍ଭର ତା ବକ୍ଷରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଖୋର୍ଦ୍ଧା ଜିଲ୍ଲା ଭୁସଣ୍ଡପୁର ଅଂଚଳର ମସ୍ଛଜୀବି । ଯେଉଁ ଚିଲିକାରୁ ମାଛ ଧରି ସେମାନେ ଦିନେ ବିଦେଶକୁ ରପ୍ତାନି କରୁଥିଲେ ଏବେ ସେଇ ଚିଲିକା ମଧ୍ୟକୁ ଯିବାପାଇଁ କରିବାକୁ ପଡୁଛି ଅନେକ କସରତ । କାରଣ ଜୈବ ବିଭିଦତା କାରଣରୁ ଚିଲିକା କୂଳରେ ଉଠିଛି ରାଜଦଳ । ଯାହାକୁ ସଫା କରିକରି ହାର ମାନିଲେଣି ଏମାନେ । ରାଜଦଳ ସଫା ନହେଇପାରିବା କାରଣରୁ ଚିଲିକା ମଧ୍ୟକୁ ଡ଼ଙ୍ଗା ଯିବାରେ ସୃଷ୍ଟି ହେଉଛି ସମସ୍ୟା । ଆହୁରିମଧ୍ୟ ଏହି ଦଳ ଫଳରେ ମାଛ ,କଙ୍କଡା ଓ ଚିଙ୍ଗୁଡ଼ିଙ୍କ ସଂଖ୍ୟା ହ୍ରାସ ପାଉଥିବା କହିଛନ୍ତି ସେମାନେ । ଏବଂ ସରକାର ଚିଲିକା କୁଳରୁ ଏହି ଦଳକୁ ସଫା କରିବାପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

ବାଇଟ - ପବିତ୍ର ଦଳେଇ , ଧୀବର

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.