ETV Bharat / state

୨୧ରୁ ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ, ଫୋକସରେ ରହିବ କୋରାପୁଟ ପରିବେଶ ସଂରକ୍ଷଣ - କୋରାପୁଟ ପରିବେଶ ସଂରକ୍ଷଣ

ଡିସେମ୍ବର ୨୧ରୁ ୨୩ ତାରିଖ ଯାଏଁ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କୋରାପୁଟସ୍ଥିତ କୋଟସ୍ ଠାରେ ଅନୁଷ୍ଠିତ ହେବ ଓଡିଶା ପରିବେଶ କଂଗ୍ରେସ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଜୈବ ବିବିଧତା ବିଭାଗର ଡିନ୍‌ ଶରତ କୁମାର ପାଲିତା ଓ ଆୟୋଜକ କମିଟିର ସମ୍ପାଦକ ଭୃଗୁ ବକ୍ସିପାତ୍ର । ଅଧିକ ପଢ଼ନ୍ତୁ

୨୧ରୁ ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ, ଫୋକସରେ ରହିବ କୋରାପୁଟ ପରିବେଶ ସଂରକ୍ଷଣ

author img

By

Published : Dec 14, 2022, 10:42 PM IST

୨୧ରୁ ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ, ଫୋକସରେ ରହିବ କୋରାପୁଟ ପରିବେଶ ସଂରକ୍ଷଣ

କୋରାପୁଟ: ଜିଲ୍ଲାରେ ପ୍ରଦୂଷିତ ହୋଇଚାଲିଛି ପରିବେଶ । ସମୟାନୁକ୍ରମେ ଜଳବିଦ୍ୟୁତ ଯୋଜନା, ବିଶାଳ ଜଳଭଣ୍ଡାର ପ୍ରତିଷ୍ଠା ଓ ବ୍ୟାପକ ଖଣି ଖନନ ଭଳି ଅନେକ କାରଣରୁ ନଷ୍ଟ ହେଉଛି ପରିବେଶ । ତେବେ ଚଳିତ ମାସରେ କୋରାପୁଟରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ପରିବେଶ କଂଗ୍ରେସ । ଏଥିରେ ବ୍ୟାପକ ପରିବେଶ ପ୍ରଦୂଷଣ ନେଇ ଆଲୋଚନା କରାଯିବ ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଜୈବ ବିବିଧତା ବିଭାଗର ଡିନ୍‌ ଶରତ କୁମାର ପାଲିତା ସୂଚନା ଦେଇଛନ୍ତି ।

ଓଡିଶା ପରିବେଶ କଂଗ୍ରେସ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୧ରୁ ୨୩ ତାରିଖ ଯାଏଁ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କୋରାପୁଟସ୍ଥିତ କୋଟସ୍ ଠାରେ ଅନୁଷ୍ଠିତ ହେବ । ଏନେଇ ଆଦିବାସୀ ସଂଗ୍ରହାଳୟ ସଭାଗୃହ ଠାରେ ଓଡ଼ିଶା ପରିବେଶ କଂଗ୍ରେସ ଆୟୋଜକ କମିଟିର ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ ୨୦୧୦ରୁ ପ୍ରତି ବର୍ଷ ଡିସେମ୍ବର ଅନୁଷ୍ଠିତ ହେଉଥିବା ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ଏହାର ୧୩ ତମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।

ପରିବେଶ କଂଗ୍ରେସ ସମ୍ମିଳନୀ ଗତବର୍ଷ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏବେ ପରିବେଶ ଓ ଆଦିବାସୀ ଶୀର୍ଷକ ଏହି ରାଷ୍ଟ୍ରୀୟସ୍ତରର ସମ୍ମିଳନୀ କୋରାପୁଟଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ପରିବେଶ ବିଷୟରେ ଓଡିଶାରେ ପ୍ରଥମ ଥର ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ଦେଇଛନ୍ତି ଆୟୋଜକ କମିଟିର ସମ୍ପାଦକ । ଏନେଇ ଆଗାମୀ ୧୬ ଓ ୧୭ ତାରିଖରେ ଦୁଇଟି ସାଇକ୍ଲୋଥନର ଆୟୋଜନ କରାଯିବ । ଏହି ସାଇକେଲ ରାଲିରେ ସ୍ୱେଚ୍ଛାସେବୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସାଧାରଣ ଲୋକଙ୍କୁ ସୁସ୍ଥ ପରିବେଶ ନେଇ ସଚେତନ କରାଇବେ । ସାଇକଲ ରାଲି ୧୬ ତାରିଖରେ ସୁନାବେଡ଼ା ପୌରପରିଷଦରୁ ଆରମ୍ଭ ହୋଇ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପହଞ୍ଚିବ । ସେହିପରି ୧୭ ତାରିଖରେ କୋରାପୁଟ ପୋଲିସ ଗ୍ରାଉଣ୍ଡରୁ ବାହାରି କୋଟସ କାର୍ଯ୍ୟାଳୟ ଠାରେ ପହଞ୍ଚିବ ।

ଡିସେମ୍ବର ୨୧ରେ ହେବାକୁ ଥିବା ସମ୍ମିଳନୀ ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଏବଂ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ପରିବେଶ ଦିଗରେ କାମ କରୁଥିବା ବିଶିଷ୍ଟ ଆଦିବାସି ବ୍ୟକ୍ତିତ୍ଵ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୨ ତାରିଖରେ କୋରାପୁଟ ଠାରେ ଶିଶୁମାନଙ୍କ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ । ଯେଉଁଥିରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେବେ । ଏଥିରେ ଶିଶୁମାନଙ୍କ ପାଇଁ କିଛି ପରିବେଶ ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସେହିପରି ୧୯ତାରିଖ ସନ୍ଧ୍ୟାରେ କୋଟସ୍ ଠାରେ ପରିବେଶକୁ ନେଇ ସାହିତ୍ୟ ଆସର କରାଯିବ । ଯେଉଁଥିରେ ଜିଲ୍ଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ସାହିତ୍ୟିକ ଯୋଗଦେବେ । ଏହାପରେ ଶେଷ ଦିନରେ ସୁନାବେଡ଼ା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି । ସେହିପରି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଶିଷ୍ଟ ପରିବେଶବିତମାନଙ୍କ ଲେଖା ରହିଥିବା ଏକ ବିବରଣୀ ବହି ଓ ଏକ ଏକାଡେମିକ ବହି ଉନ୍ମୋଚନ କରାଯିବ । ଏହି ସମାବେଶରେ ଡକ୍ଟର ଅଜୟ କୁମାର ପରିଡ଼ାଙ୍କୁ ଯୁବ ବୈଜ୍ଞାନିକ ସମ୍ମାନ, ସୁଧାଂଶୁ ଭୂଷଣ ମିଶ୍ରଙ୍କୁ ଗ୍ରୀନ କର୍ପୋରେଟ ସମ୍ମାନ ଓ ପ୍ରଫେସର ରାଧା ମୋହନଙ୍କୁ ଗ୍ରୀନ ଆମ୍ବାସେଡର ସମ୍ମାନ ଭଳି ବିଭିନ୍ନ ପୁରସ୍କାର ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟିର ସମ୍ପାଦକ ଭୃଗୁ ବକ୍ସିପାତ୍ର ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.