କୋରାପୁଟ: ମାଓ ପ୍ରବଣ, ଚାଷୀ ମୂଲିଆ ଆଦିବାସୀ ବହୁଳ ଗାଁ ନାରାୟଣପାଟଣାର ପୋଡାପଦର । ଉଚ୍ଚ ଶିକ୍ଷିତ କହିଲେ
ବହୁତ କମ ମିଳିବେ । ଏଠାରୁ ପାଠ ପଢି ନିଜ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ଆଶିଷ ପାତ୍ର ନିଟ(ନାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନସ୍ ଟେଷ୍ଟ)ରେ 581 ମାର୍କ ସହ ସଫଳତା ହାସଲ କରିଛନ୍ତି ।
ବିଭିନ୍ନ ସମସ୍ୟ ମଧ୍ୟରେ ପେଶୀ ହେଉଥିବା ଗାଁର ବହୁ ସାଙ୍ଗ ସାଥୀ କିପରି ଆଗକୁ ବଢିବେ ସେ ନେଇ ଆଶିଷ ଚିନ୍ତା କରିଛନ୍ତି ।ଏଥିଯୋଗୁଁ ପୋଡାପଦର ଓ ନାରାୟଣପାଟଣା ବ୍ଲକର ବହୁ ସ୍ଥାନରେ ଅବହେଳିତ ହୋଇ ରହିଥିବା ପିଲାଙ୍କ ଜୀବନରେ ନୂତନ ଆଶା ସଂଚାର ପାଇଁ ଶିକ୍ଷାର ମାନ ବୃଦ୍ଧି କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ନିଟ ପ୍ରବେଶିକା ପରୀକ୍ଷାରେ ନିଜ ଉପଲବ୍ଧିକୁ ନେଇ ଗର୍ବିତ ଆଶିଷ କୋରାପୁଟରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଗକୁ ପାଠ ପଢିବାକୁ ଉତ୍ସାହିତ ଅଛନ୍ତି ।
କୋରାପୁଟରୁ ସି. ଏଚ ଶାନ୍ତାକାର , ଇଟିଭି ଭାରତ