ETV Bharat / state

ବିନା ରାସାୟନିକ ସାରରେ ହଳଦୀ ଚାଷ, ଆୟ ବୃଦ୍ଧି ପାଇଁ ଆଗେଇ ଆସିଲା NABARD

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୁଲାରସିଂ ପଞ୍ଚାୟତର ଆବରଡା ଗାଁ ରେ ଲୋକଙ୍କ ଜୀବନକୁ ସରସ ସୁନ୍ଦର କରିଛି ହଳଦୀ ଚାଷ । ଗାଁ ର ଅଧିକାଂଶ ପରିବାର ହଳଦୀ ଚାଷ କରି ହସଖୁସିରେ ପରିବାର ଚଳାଉଛନ୍ତି । ବର୍ଷକୁ ଦୁଇଥର ଅମଳ ଯୋଗୁଁ ହଳଦୀ ଚାଷ କରି ବେଶ ଦୁଇ ପାଇସା ଅର୍ଜନ କରୁଛନ୍ତି ଗାଁ ଲୋକେ । ଅଧିକ ପଢନ୍ତୁ

author img

By

Published : Mar 31, 2022, 9:20 PM IST

ହଳଦୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଗେଇ ଆସିଲା ନାବାର୍ଡ

କୋରାପୁଟ: ନନ୍ଦପୁର ବ୍ଲକରେ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୁଲାରସିଂ ପଞ୍ଚାୟତର ଆବରଡା ଗାଁ ରେ ଲୋକଙ୍କ ଜୀବନକୁ ସରସ ସୁନ୍ଦର କରିଛି ହଳଦୀ ଚାଷ । ଗାଁ ର ଅଧିକାଂଶ ପରିବାର ହଳଦୀ ଚାଷ କରି ହସଖୁସିରେ ପରିବାର ଚଳାଉଛନ୍ତି । ବର୍ଷକୁ ଦୁଇଥର ଅମଳ ଯୋଗୁଁ ହଳଦୀ ଚାଷ କରି ବେଶ ଦୁଇ ପାଇସା ଅର୍ଜନ କରୁଛନ୍ତି ଗାଁ ଲୋକେ । କାହିଁ କେଉଁ ବାପ ଅଜା ଅମଳରୁ ଏହି ଗାଁର ଲୋକେ ହଳଦୀ ଚାଷକୁ ଆପଣାଇ ନେଇଛନ୍ତି । ପୂର୍ବକାଳରେ ବାପା ଅଜା ଜମିରେ ରାସାୟନିକ ସାର ପକାଉନଥିଲେ । ଆଜିବି ସେହି ପରମ୍ପରାକୁ ବଜାୟ ରଖି ସମସ୍ତ ଜାଗାରେ କେହି ହେଲେ ରାସାୟନିକ ସାର ବ୍ୟବହାର କରୁନଥିବା ଗ୍ରାମବାସୀ କହିଛନ୍ତି ।

ହଳଦୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଗେଇ ଆସିଲା NABARD

ଜୈବିକ ଖତ ବ୍ୟବହାର କରିବା ଦିଗରେ ଗ୍ରାମବାସୀଙ୍କ ଏହି ଦୃଢ ସଂକଳ୍ପ ବଳରେ ବାହାର ରାଜ୍ୟର ବଜାରରେ ମଧ୍ୟ ଏହି ଗ୍ରାମର ହଳଦୀ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ନନ୍ଦପୁର ବ୍ଲକ ରେ ଆବରଡା ଭଳି ପ୍ରାୟ 15 ଖଣ୍ଡ ଗାଁରେ ଚାଷୀ ଅନୁରୂପ ଭାବେ ହଳଦୀ ଚାଷ କରୁଥିବା ଯୋଗୁଁ ପ୍ରତିବର୍ଷ ଶତାଧିକ ଟନ ହଳଦୀ ଦେଶର ବିଭିନ୍ନ ବଜାରରେ ପହଞ୍ଚି ପାଇଥିବା ନାବାର୍ଡର ଜିଲ୍ଲାଧିକାରି ମୁରାରି ମୋହନ ବେହେରା ଜଣାଇଛନ୍ତି । ଏହି ହଳଦୀରେ 5 ରୁ 6 % କୁରକୁମିନ ରହୁଥିବା ଯୋଗୁଁ ଏହାର ଗୁଣବତ୍ତା ହିଁ ଏହାର ବଜାର ସୃଷ୍ଟି କରିପାରିବ ବୋଲି ଆଜି ଆବରଡ଼ା ଠାରେ ହଳଦୀ ପ୍ରକ୍ରିୟାକରଣ ୟୁନିଟର ଉଦଘାଟନ କରିବା ଅବସରରେ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଏହି ଅଞ୍ଚଳରେ ବହୁଳ ଭାବେ ହଳଦୀ ଚାଷ କରୁଥିବା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବ୍ରଏଲର ଓ ଡ୍ରାୟର ମେସିନ ସହ ଏକ ପ୍ରସେସିଂ ୟୁନିଟ ଖୋଲାଯିବା ନେଇ ପ୍ରସ୍ତୁତ ପ୍ରକଳ୍ପକୁ ନାବାର୍ଡ 24 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ଉଦ୍ୟାନ , କୃଷି , ଜଳବିଭାଯିକା ପ୍ରଭୃତି ବିଭାଗ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରାସର ପ୍ରେରଣାରେ ସ୍ଥାନୀୟ ବାସିନ୍ଦା ନିଜ ଶ୍ରମଦାନ କରି ଏହି ୟୁନିଟକୁ ସାକାର କରିବା ସହ ଏହାର ପରିଚାଳନା ଦାୟିତ୍ଵ ନେଇପାରିଛନ୍ତି । ଏହି ଅଞ୍ଚଳର ହଳଦୀର ତେଲ ଅଂଶ ଅଧିକ ରହିଥିବା ସହ ବିନା ରାସାୟନିକ ସାରରେ ଫସଲ ହେଉଥିବା ଯୋଗୁଁ ଏହାର ଔଷଧିୟଗୁଣ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି ବୋଲି ଏହି ଅଞ୍ଚଳରେ ହଳଦୀ ଚାଷକୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା କୃଷି ବୈଜ୍ଞାନିକ ପରଶୁରାମ ଶିଆଳ ମତ ରଖିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ହଳଦୀ ସିଧାସଳଖ ବ୍ୟବସାୟୀ ଙ୍କ ହାତକୁ ଟେକି ଦେଉଥିବା ବେଳେ ନାବାର୍ଡ ସହାୟତାରେ ସ୍ଥାପନା କରାଯାଇଥିବା ଏହି ପ୍ରକ୍ରିୟାକରଣ ୟୁନିଟ ଟି ଏକ ନୂତନ ଆର୍ଥିକ ପ୍ରଗତି ଆଣିଦେବ ବୋଲି ଆବରଡା ର ଚାଷୀ ମଧୁ ମାଝୀ ଜଣାଇଛନ୍ତି । ଆଜି ନାବାର୍ଡ ଦ୍ଵାରା 15 ଲକ୍ଷ ଟଙ୍କା ବ୍ୟୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ଠାରେ ନିର୍ମିତ ଏକ 40 ପିଣ୍ଢି ବିଶିଷ୍ଟ ଗ୍ରାମୀଣ ହାଟକୁ ମଧ୍ୟ ଜିଲ୍ଲାପାଳ ଉଦଘାଟନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.