ETV Bharat / state

ଚାଷ ନଷ୍ଟ ହେବାପରେ କଷ୍ଟ କରି ଏବେ ପ୍ରଗତି ପଥରେ କଦଳୀ ଚାଷୀ ସୌମ୍ୟା - korapur farmer news

ସଫଳ କଦଳୀ ଚାଷୀ ହୋଇପାରିଛନ୍ତି ବନ୍ଧୁଗାଁ ବ୍ଲକର ଚାଷୀ କାଡ୍ରାକା ସୌମ୍ୟା । ନିଜେ ଚାଷ କାର୍ଯ୍ୟରେ କ୍ଷତି ସମ୍ମୁଖୀନ ହୋଇ ମଧ୍ୟ ଜାରି ରଖିଥିଲେ ପରିଶ୍ରମ । ଶେଷରେ ସେ ଆନ୍ଧ୍ରପ୍ରଦେଶରେ କଦଳୀ ବିିକ୍ରି କରିବା ସହ କୋରାପୁଟରେ ମଧ୍ୟ କଦଳୀ ବ୍ୟବସାୟ କରୁଛନ୍ତି । ଅଧିକ ପଢନ୍ତୁ...

ଚାଷ ନଷ୍ଟ ହେବାପରେ କଷ୍ଟ କରି ଏବେ ପ୍ରଗତି ପଥରେ କଦଳୀ ଚାଷୀ ସୌମ୍ୟା

author img

By

Published : Oct 26, 2020, 10:13 PM IST

କୋରାପୁଟ : ପ୍ରଗତି ପଥରେ କଦଳୀ ଚାଷୀ କାଡ୍ରାକା ସୌମ୍ୟା । ବନ୍ଧୁଗାଁ ବ୍ଲକର ଏକ ଅଖ୍ୟାତ ପଲ୍ଲୀ ଏଲାଙ୍ଗାୱାଲାସାର ଆଦିବାସୀ ଚାଷୀ କାଡ୍ରାକା ସୌମ୍ୟା କଦଳୀ ଚାଷ କରି ନିଜ ବାଡରୁ ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶର ବଜାରରେ ବିକ୍ରି କରିବାରେ ସମର୍ଥ ହୋଇଛନ୍ତି ।

ଚାଷ ନଷ୍ଟ ହେବାପରେ କଷ୍ଟ କରି ଏବେ ପ୍ରଗତି ପଥରେ କଦଳୀ ଚାଷୀ ସୌମ୍ୟା

କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଭାବରେ ବେଶ ପରିଚିତ ଥିଲା । ଏହି ଅଞ୍ଚଳରୁ ଜଣେ ବ୍ୟକ୍ତି ଚାଷ କାର୍ଯ୍ୟ କରି କ୍ଷତିର ସମ୍ମୁଖୀନ ହେବା ସତ୍ତ୍ବେ ଚାଷ କାର୍ଯ୍ୟ ଜାରି ରଖିଥିଲେ । ଶେଷରେ ସେ ଜଣେ ଏହି ଅଞ୍ଚଳର ସଫଳତମ କଦଳୀ ଚାଷୀ ହୋଇପାରିଛନ୍ତି । ତେବେ ସୌମ୍ୟାଙ୍କ ସଫଳତାର ଯାତ୍ରା କିଛି ସହଜ ନଥିଲା । ପନ୍ଦର ବର୍ଷ ପୂର୍ବେ କଦଳୀ ଚାଷ କରି ବହୁତ ନଷ୍ଟ ସହିଥିବା ସୌମ୍ୟା ଲେମନ ଗ୍ରାସ ଭଳି ବ୍ୟବସାୟିକ ଫସଲ ଉତ୍ପାଦନ କରିବାରେ ଲାଗିଥିଲେ । କିନ୍ତୁ ସେଥିରେ ମଧ୍ୟ ଉତ୍ପାଦର ଦରଦାମ କମିଯିବା କାରଣରୁ ଅନେକ କ୍ଷତି ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ପଛ ଘୁଞ୍ଚା ନାହିଁ ଵୀରର ଜାତକେ ନ୍ୟାୟରେ ଚାଷ କ୍ଷେତ୍ରରେ ସଫଳତା ଆଣିବା ପାଇଁ ଶପଥ ନେଇଥିଲେ ସୌମ୍ୟା । କଦଳୀ ଚାଷ କିପରି କରାଯାଏ ତାହା ବିଭିନ୍ନ ଚାଷୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ଜାଣିବା ପରେ ପୁଣିଥରେ କଦଳୀ ଚାଷ କରିବା ଆରମ୍ଭ କରିଥିଲେ ।

ସଫଳତାର ଯାତ୍ରାରେ ଚଳିତ ବର୍ଷ ନିଜ ଜମିରେ 5000 କଦଳୀ ଗଛ ଲଗାଇଥିବା ସୌମ୍ୟା କହିଛନ୍ତି । ସେହି ଜମିରେ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚରେ କଦଳୀ ଚାଷ ସହିତ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ଏ ପର୍ଯ୍ୟନ୍ତ କିଛି ଅର୍ଥ ଉପାର୍ଜନ କରିଥିବା ବେଳେ ବର୍ତମାନ କଦଳୀ ଗଛରେ ଭଲ କାନ୍ଧି ଧରିଥିବା ଯୋଗୁଁ କଦଳୀ ବିକ୍ରି କରି ଅଧିକ ଟଙ୍କା ରୋଜଗାର କରିବା ଆଶା ରଖିଛନ୍ତି । ଏହା ସହ କଦଳୀ ଗଛର ପିଲ ବିକ୍ରି କରି 6-7 ଲକ୍ଷ ଟଙ୍କା ଆଦାୟ ହେବ ବୋଲି କହିଛନ୍ତି । ତାଙ୍କର ଏହି ସଫଳତାକୁ ନିକଟରୁ ଦେଖି ରାମାନ୍ନା କାଡ୍ରାକାଙ୍କ ଭଳି ଚାଷୀ ମଧ୍ୟ ଏବେ କଦଳୀ ଚାଷ କରିବା ପାଇଁ ମନ ବଳାଇଥିବା ଜଣାଇଛନ୍ତି ।

କୋରାପୁଟ ଅଞ୍ଚଳ କଦଳୀ ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିବା ବେଳେ ସୌମ୍ୟା ସ୍ଥାନୀୟ ବଜାର ସମେତ ଆନ୍ଧ୍ରପ୍ରଦେଶ ବଜାରରେ ମଧ୍ୟ କଦଳୀ ବ୍ୟବସାୟ କରୁଛନ୍ତି । ବନ୍ଧୁଗାଁ ଅଞ୍ଚଳର ଜଳବାୟୂ କଦଳୀ ଚାଷ ପାଇଁ ବେଶ ଉପଯୋଗୀ ରହିଥବା ଓରମାସର ଅଧିକାରୀ କହିଛନ୍ତି । ସୌମ୍ୟାଙ୍କ ସଫଳତାକୁ ଦେଖି ଅନ୍ୟ ଚାଷୀମାନେ ମଧ୍ୟ କଦଳୀ ଚାଷପ୍ରତି ଉତ୍ସାହିତ ହୋଇଛନ୍ତି । ଏହା ସହ ଚାଷୀଙ୍କ ପାଇଁ ପ୍ରୋତ୍ସାହନର ମାର୍ଗ ଖୋଲିଦେଇଛି ବୋଲି ଓରମାସର କୋରାପୁଟ ଜିଲ୍ଲା ଅଧିକାରୀ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.