ETV Bharat / state

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ହେବ 5ଟି ବିଭାଗର ଅନ୍ତର୍ଜାତୀୟ ସମ୍ମିଳନୀ

author img

By

Published : Mar 15, 2023, 8:46 AM IST

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୧୧ ଦିନ ଧରି ପାଞ୍ଚଟି ବିଭାଗର ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

international seminar in odisha central university
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତୀୟ ସମ୍ମିଳନୀ
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ହେବ 5ଟି ବିଭାଗର ଆନ୍ତର୍ଜାତୀୟ ସମ୍ମିଳନୀ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପାଞ୍ଚଟି ବିଷୟ ବସ୍ତୁ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଦୀର୍ଘ ୧୧ ଦିନ ଧରି ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇଂରାଜୀ ଭାଷା ସମେତ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ବାହାର ଦେଶରୁ ଅଭିଜ୍ଞ ପ୍ରଫେସର ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଆଜିଠୁ 17 ତାରିଖ ପର୍ଯ୍ୟନ୍ତ ହିନ୍ଦୀ ସମ୍ମିଳନୀ ଆୟୋଜିତ ହେବ । ଏହାର ବିଷୟବସ୍ତୁ ରହିଛି 'ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀର ସ୍ଥିତି ଓ ଦିଗ' । ଅନ୍ୟ ରାଜ୍ୟ ତଥା ଦେଶରୁ ଆସିଥିବା ବିଭିନ୍ନ ପ୍ରଫେସର ଏଥିରେ ସାମିଲ ହେବେ । ଯାହା ଫଳରେ ଏଠାକାର ଛାତ୍ରଛାତ୍ରୀମାନେ ହିନ୍ଦୀ ବିଷୟ ନେଇ ଅନେକ ଜ୍ଞାନ ଆହୋରଣ କରିପାରିବେ । ସଂସ୍କୃତ ବିଭାଗ ପକ୍ଷରୁ 'ଭାରତ ଓ ବିଶ୍ବରେ ସଂସ୍କୃତ ଭାଷାର ମହତ୍ଵ ' ବିଷୟ ନେଇ ଶୀର୍ଷକ ସମ୍ମିଳନୀ ଆୟୋଜିତ ହେଉଛି ।

ସେହିପରି ଇଂରାଜୀ ବିଭାଗ ତରଫରୁ ' Imagining and translating the Other : Engaging with contemporary Indian Literature' ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ 'ପ୍ରବାସୀ ଓଡ଼ିଆ ସାହିତ୍ୟ' ନେଇ ଆଲୋଚନା ହେବ । ସେହିପରି ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ବିଭାଗ ତରଫରୁ 'ଭାରତରେ ବିକାଶର ଇତିହାସ: ସ୍ବାଧୀନତାର 75ତମ ବର୍ଷରେ ଅର୍ଥନୈତିକ ଓ ଯୋଗାଯୋଗ ପରିସ୍ଥିତି ଉପରେ ପ୍ରତିଫଳନ' ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି ।

ଏହି ସମସ୍ତ ସେମିନାରରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଉଥିବା ବେଳେ ଫିନଲାଣ୍ଡ, ମରିସସ, ନରୱେ, ଆମେରିକା, ନେପାଳ, ଜର୍ମାନୀ, କାଲିଫର୍ଣ୍ଣିଆ, ଚୀନ ଭଳି ଦେଶରୁ ବହୁ ଶିକ୍ଷାବିତ ଭାଗ ନେଉଥିବା ବିଶ୍ବବିଦ୍ୟାଳୟ କୁଳପତି ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରର ବ୍ୟକ୍ତିତ୍ୱଙ୍କ ସହ ସମ୍ପର୍କ ସ୍ଥାପନା କରାଇବା ସହିତ ବିଶ୍ୱବିଦ୍ୟାଳୟକୁ ଏକ ନୂତନ ଦିଗ ପ୍ରଦାନ କରିବା ଦିଗରେ ଏହି ସମ୍ମିଳନୀ ସହାୟତା ପ୍ରଦାନ କରିବା ବୋଲି ସେ ଆଶା ପୋଷଣ କରିଛନ୍ତି ।

ଅନ୍ୟପଟେ ଚଳିତ ଶିକ୍ଷା ବର୍ଷରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନୂତନ ବିଭାଗ ଖୋଲାଯିବ । ଯେଉଁଥିରେ ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ, ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ସମେତ ପ୍ରୟୋଗାତ୍ମକ ମନୋବିଜ୍ଞାନ, ଶାରୀରିକ ସ୍ୱାସ୍ଥ୍ୟ ଓ କ୍ରୀଡା ବିଜ୍ଞାନ ଭଳି ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରାଯିବ । ଏହାଦ୍ବାରା ବିଶ୍ବ ବିଦ୍ୟାଳୟରେ ସମୁଦାୟ 21ଟି ବିଷୟର ବିଭାଗ କାର୍ଯ୍ୟକ୍ଷମ ହେବ । ତେବେ କିଛି ମାସ ମଧ୍ୟରେ ଆଉ 10ଟି ବିଶେଷ ବିଷୟ ଉପଲବ୍ଧ ହେବ ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.