କୋରାପୁଟ: ଦେଶର ବିଭିନ୍ନସ୍ଥାନରେ ମାଓବଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ମାଓବାଦୀଙ୍କ ଦମନ କରିବା ପାଇଁ ସୁରକ୍ଷାବଳ ସହ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ମାଓ ଦମନ ମିଶନ । ଏହାକୁ ନେଇ କୋରାପୁଟରେ ଗସ୍ତରେ ପୋଲିସ ଡିଜି ସୁନିଲ ବଂଶଲ । ସୁନାବେଡା ହେଲିପ୍ୟାଡରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ ଅପରେସନ ସମ୍ପର୍କରେ କରିଥିଲେ ଆଲୋଚନା । ମାଓବାଦୀଙ୍କ ଦ୍ବାରା ହିଂସାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ଡିଜି ।

ଅଧିକ ପଢ଼ନ୍ତୁ: Jharsuguda ByPoll: ଶାନ୍ତି ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ସରିଲା ଉପନିର୍ବାଚନ
ଡିଜି ସୁନିଲ ବଂଶଲ କହିଛନ୍ତି,‘‘ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଞ୍ଚାଇବାର କାହାରି ଅଧିକାର ନାହିଁ । ଏକ ସୁସ୍ଥ ପରିବେଶରେ ବଞ୍ଚିବାର ଅଧିକର ସମସ୍ତଙ୍କ ରହିଛି । ଲୋକେମାନେ ଆଉ ମାଓବାଦୀଙ୍କ ଡରରେ ବଞ୍ଚିବ ନାହିଁ । ଏହାସହ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ।’’

ତେବେ ଭୁବନେଶ୍ବରରୁ ହେଲିକପ୍ଟରରେ ଆସି ସୁନାବେଡା ହାଲ୍ ହେଲିପ୍ୟାଡରେ ଅବତରଣ କରିଥିଲେ । ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ସତ୍ୟବ୍ରତ ସାହୁ ପ୍ରମୁଖ ଥିଲେ । ହେଲିପ୍ୟାଡ୍ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସ୍ପି ଅଭିନବ ସୋନକାର, କନ୍ଧମାଳ ଏସ୍ପି ଓ ବିଏସ୍ଏଫ୍ ଡିଆଇଜି ଶୈଳେଶ କୁମାର ଉପସ୍ଥିତ ଥିଲେ । ବରିଷ୍ଠ ଅଧିକାରୀ ସମସ୍ତେ ମାଓ ସ୍ତିତି ଓ ମାଓ ବିରୋଧି ଅପରେସନ ସମ୍ପର୍କରେ ହେଲିପ୍ୟାଡରେ ଆଲୋଚନା କରିଥିଲେ ।

ଏହାସହ ସୁନାବେଡାରୁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ଡିଜି ସୁନିଲ ବଂଶଲ । ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ୍ରେ ମାଓ ବିରୋଧୀ ଅପରେସନକୁ ଯୋରଦାର କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜିଲ୍ଲା ମଧ୍ୟରେ ଓ ରାଜ୍ୟ ସୀମାନ୍ତରେ କଡା ସୁରକ୍ଷା ସହ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଡିଜି । ଗତକାଲି ୧୨ ତାରିଖରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରିଥିଲେ । ତେବେ ସମସ୍ତ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡାକଡି କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ