ETV Bharat / state

ଦୁଇ ମାସରେ କୋରାପୁଟରେ ଜଳିଲାଣି 72 କୋଭିଡ ସଂକ୍ରମିତଙ୍କ ମୃତଦେହ

2 ମାସ ମଧ୍ୟରେ କୋରାପୁଟର ପୁରୁଣା ହିନ୍ଦୁ ମଶାଣିରେ ଜଳିଲାଣି 72 ଜଣ କୋରୋନା ଆକ୍ରାନ୍ତଙ୍କ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ମଶାଣୀ ଠିକାଦାର ରବୀନ୍ଦ୍ର ସାହୁ । ଅଧିକ ପଢନ୍ତୁ...

author img

By

Published : Jun 3, 2021, 12:21 PM IST

Updated : Jun 3, 2021, 5:29 PM IST

ଦୁଇମାସ ମଧ୍ୟରେ କୋରାପୁଟ ମଶାଣିରେ ଜଳିଳାଣୀ  72 କୋଭିଡ ସଂକ୍ରମିତଙ୍କ ମୃତ ଦେହ

କୋରାପୁଟ: 2 ମାସ ମଧ୍ୟରେ କୋରାପୁଟର ପୁରୁଣା ହିନ୍ଦୁ ମଶାଣିରେ ଜଳିଲାଣି 72 ଜଣ କୋରୋନା ଆକ୍ରାନ୍ତଙ୍କ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ମଶାଣୀ ଠିକାଦାର ରବୀନ୍ଦ୍ର ସାହୁ । ମଶାଣିରେ ବର୍ତମାନ ସବୁ ଧର୍ମର ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଉଥିବା ଯୋଗୁଁ ଏହି କାର୍ଯ୍ୟ କରିବା ପାଇଁ ସାତ ଜଣ କର୍ମଚାରୀ ଆବଶ୍ୟକତା ଅନୁଯାଇ ପହଞ୍ଚି ମୃତଦେହ ଗୁଡିକୁ ଦାହ କରୁଛନ୍ତି ।

ଦୁଇମାସରେ କୋରାପୁଟରେ ଜଳିଲାଣି 72 କୋଭିଡ ସଂକ୍ରମିତଙ୍କ ମୃତଦେହ

ପ୍ରତିଟି ମୃତଦେହ ସତ୍କାର ପାଇଁ ସରକାର 7500 ଟଙ୍କା ଦେଉଥିବା ବେଳେ କାଠ ବା କଫିନ କିଣିବା, ଗାତ ଖୋଳିବା ଏବଂ ଆନୁଷଙ୍ଗିକ ଖର୍ଚ୍ଚ କରିବା ପରେ ମେଡିକାଲ କଲେଜରୁ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ଆଣି ଆସୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପାଉଣା ଦେବା ପରେ ମୃତଦେହ ସତ୍କାର କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ମିଳିତ ଭାବେ ମୃତଦେହ ପିଛା ଦୁଇ ହଜାର ଟଙ୍କା ଦିଆଯାଉଥିବା ଠିକୀଦାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

କୋଭିଡ ଭଳି ଏକ ମହାମାରୀରେ ମୃତଦେହର ଶେଷକୃତ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମଜୁରି କେତେଦୂର ଯଥାର୍ଥ ତାହା ଆଲୋଚନାର ବିଷୟ ହୋଇଥିବା ବେଳେ ସେମାନେ ମୃତଦେହକୁ ଜଳାଇବା କିମ୍ବା ପୋତିଦେବା ବେଳେ ପିପିଇ କିଟ ପିନ୍ଧି କାମ କରିବା ସମ୍ଭବ ହେଉନଥିବା ଯୋଗୁଁ ସେମାନଙ୍କ ପାଇଁ ସୁରକ୍ଷାର ବଳୟ ଭାଙ୍ଗି ଯାଉଥିବା ଆଶଙ୍କା ପ୍ରକାଶ ପାଇଛି । କୋଭିଡ ସଂକ୍ରମିତ ମୃତଦେହର ଶେଷକୃତ୍ୟ ସମ୍ପନ୍ନ କରୁଥିବା ଏହି ବ୍ୟକ୍ତିଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ କରି ମୃତଦେହ ପିଛା ପାଉଣା ବୃଦ୍ଧି କରିବା ସହ ସେମାନଙ୍କୁ ଅନ୍ୟ କୋଭିଡ ଯୋଦ୍ଧାଙ୍କ ଭଳି ଉପଯୁକ୍ତ ବୀମା ନୀତିରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି ସ୍ଵେଚ୍ଛାସେବୀ ପ୍ରଦୀପ ମହାନ୍ତି ଦାବି କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Jun 3, 2021, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.