ETV Bharat / state

କୋରାପୁଟରେ ଏଣିକି ସିକଲ ସେଲ ରୋଗୀଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସମ୍ଭବ: SLN ହସ୍ପିଟାଲ ଅଧିକ୍ଷକ

author img

By

Published : Dec 5, 2022, 10:42 PM IST

କୋରାପୁଟ SLN ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଏଣିକି ସିକଲ ସେଲ (sickle cell) ରୋଗୀଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସମ୍ଭବ ହେବ । ରୋଗର ନିରନ୍ତର ନିଦାନ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଆୟୋଜିତ ଏକ ସେମିନାରରେ ଏନେଇ ସୂଚନା ଦେଇଛନ୍ତି ହସ୍ପିଟାଲ ଅଧିକ୍ଷକ ସୀତାରାମ ମହାପାତ୍ର । ଅଧିକ ପଢ଼ନ୍ତୁ

କୋରାପୁଟରେ ଏଣିକି ସିକଲ ସେଲ ରୋଗୀଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସମ୍ଭବ: SLN ହସ୍ପିଟାଲ ଅଧିକ୍ଷକ
କୋରାପୁଟରେ ଏଣିକି ସିକଲ ସେଲ ରୋଗୀଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସମ୍ଭବ: SLN ହସ୍ପିଟାଲ ଅଧିକ୍ଷକ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ହସ୍ପିଟାଲରେ (Saheed Laxman Nayak Medical College and Hospital) ଏଣିକି ସିକଲ ସେଲ (sickle cell) ରୋଗୀଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସମ୍ଭବ ହେବ । ସୂଚନା ଦେଲେ ହସ୍ପିଟାଲ ଅଧିକ୍ଷକ ସୀତାରାମ ମହାପାତ୍ର । ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ପରିସରରେ ସିକଲ ସେଲ ରୋଗର ନିରନ୍ତର ନିଦାନ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଆୟୋଜିତ ଏକ ସେମିନାରରେ ହସ୍ପିଟାଲ ଅଧିକ୍ଷକ ଏସମ୍ପର୍କରେ ଜଣାଇଥିଲେ ।

କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଡାକ୍ତରଙ୍କ ସମେତ ବିଭିନ୍ନ ସ୍ତରର ସ୍ବାସ୍ଥ୍ୟକର୍ମୀ ଏହି ଶିବିରରେ ଯୋଗଦେଇଥିଲେ । ସିକଲ୍ ସେଲ ରୋଗୀଙ୍କ ପାଇଁ ମିଳୁଥିବା ଆଧୁନିକ ଚିକିତ୍ସା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏହି ଚାରୋଟି ଜିଲ୍ଲାରେ ସିକଲ ସେଲ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁଁ ରୋଗର ନିରନ୍ତର ନିଦାନ ଶିକ୍ଷା କାର୍ଯ୍ୟକ୍ରମ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ଉପାଦେୟ ହେବ ବୋଲି ଏହି ସେମିନାରରେ ଯୋଗ ଦେଇଥିବା ପ୍ରଫେସର ଅନୁଭା ମିଶ୍ର ମତ ରଖିଛନ୍ତି । ଜିଲ୍ଲାପାଳ ଅବଦଲ ଅଖ୍‌ତାରଙ୍କ ସମେତ ଛତିଶଗଡ ଭେସଜ ମହାବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ କୁମାର ପାତ୍ର ଯୋଗଦାନ କରି ସିକଲ ସେଲ ରୋଗ ସମ୍ବନ୍ଧୀୟ ଏକ ପୁସ୍ତକ ଉନ୍ମୋଚନ କରିଥଲେ ।

ଏହି ସେମିନାରରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୨୧୭ ଜଣ ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ୧୬ ଜଣ ବରିଷ୍ଠ ଗବେଷକ ସେମାନଙ୍କ ଗବେଷଣା ଏବଂ ଅନୁଭୂତିକୁ ଉପସ୍ଥାପନ କରିଥିଲେ । ସିକଲ ସେଲ ରୋଗ ଉପରେ ତୃଣମୂଳ ସ୍ତରରୁ ଜନ ସଚେତନତା ସୃଷ୍ଟି କରିବା ସହିତ ଶରୀର ପ୍ରତି ଯତ୍ନ ନେଇ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ଏବଂ ଏହି ରୋଗକୁ ଭୟଭୀତ ନହୋଇ ସାହସର ସହିତ ମୁକାବିଲା କରିବା ସମ୍ପର୍କରେ ଜିଲ୍ଲାପାଳ ଆଲୋକପାତ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.