ETV Bharat / state

ଗଞ୍ଜେଇ ବେପାରୀକୁ ଶକ୍ତ ଧକ୍କା, କୋରାପୁଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ - huge amount ganja seized in koraput

ଲକ୍ଷେ କି ୨ ଲକ୍ଷ ନୁହେଁ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିବାରେ ଲମତାପୁଟ ଓ ପାଡ଼ୁଆ ପୋଲିସକୁ ମିଳିଛି ବଡ ସଫଳତା । ପାଖାପାଖି 12 କୁଇଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି । ଆନ୍ଧ୍ରକୁ ହେଉଥିଲା ଚୋରାଚାଲାଣ ।

ଗଞ୍ଜେଇ ବେପାରୀକୁ ଶକ୍ତ ଧକ୍କା, କୋରାପୁଟରୁ 12 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ

author img

By

Published : Nov 13, 2020, 12:09 PM IST

କୋରାପୁଟ: ବେଆଇନ ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ବଡ ସଫଳତା । କୋରାପୁଟର ଦୁଇଟି ସ୍ଥାନରେ ଚଢାଉ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଲମତାପୁଟ ଓ ପାଡ଼ୁଆ ପୋଲିସକୁ ମିଳିଛି ଏହି ସଫଳତା । ପୋଲିସ ପାଟ୍ରୋଲିଂ ବେଳେ ପାଖାପାଖି 12 କ୍ବିଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ 407ଗାଡିକୁ ଲମତାପୁଟ ପୋଲିସ ବଡପଡା ଘାଟି ନିକଟରେ ଅଟକାଇଥିଲେ । ପୋଲିସ ଗାଡିକୁ ଅଟକାଉଥିବା ଦେଖି ଅଭିଯୁକ୍ତ ମାନେ ଗାଡିକୁ ଛାଡି ଫେରାର ହୋଇଯାଇଥିଲେ ।

ଗଞ୍ଜେଇ ବେପାରୀକୁ ଶକ୍ତ ଧକ୍କା, କୋରାପୁଟରୁ 12 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ

ପରେ ଗାଡିକୁ ଥାନାକୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୧୦ କ୍ବିଣ୍ଟାଲ ୩୬ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଅନ୍ୟପଟେ ପାଡୁଆ ପୋଲିସ ମଧ୍ୟ ରାତ୍ରରେ ପାଟ୍ରୋଲିଂ କରୁଥିବା ସମୟରେ ପାଡୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ପୋଲିସ ଗାଡିକୁ ଅଟକ ରଖି ଯାଞ୍ଚ କରିଥିଲା ଏବଂ ସେଥିରୁ ୨୪୯କେଜି ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ।

ଲମତାପୁଟ ଓ ପାଡ଼ୁଆ ଥାନା ଅଞ୍ଚଳରୁ ସମୁଦାୟ ପ୍ରାୟ ୧୨ କୁଇଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି । ସମସ୍ତ ଜବତ ଗଞ୍ଜେଇ ଆନ୍ଧ୍ର ଓ ଛତିଶଗଡ଼ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟ ବଜାରରେ ପ୍ରାୟ ୧କୋଟି ୩୦ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.