ETV Bharat / state

Ganja Seized: କୋରାପୁଟରୁ ୮୦ ଲକ୍ଷର ଗଞ୍ଜେଇ ଜବତ - machakunda police seized ganja

ମାଛକୁଣ୍ଡ ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ମାଫିଆଙ୍କ ଠାରୁ ଜବତ କରିଛି 80 ଲକ୍ଷ ଟଙ୍କା ଗଞ୍ଜେଇ । ଅଧିକ ପଢନ୍ତୁ

Ganja Seized; କୋରାପୁଟରୁ ୮୦ ଲକ୍ଷର ଗଞ୍ଜେଇ ଜବତ

author img

By

Published : May 6, 2022, 1:35 PM IST

କୋରାପୁଟ: ମାଛକୁଣ୍ଡ ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ମାଫିଆଙ୍କ ଠାରୁ ଜବତ କରିଛି 80 ଲକ୍ଷ ଟଙ୍କା ଗଞ୍ଜେଇ । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Ganja Seized; କୋରାପୁଟରୁ ୮୦ ଲକ୍ଷର ଗଞ୍ଜେଇ ଜବତ

ସୂଚନା ଅନୁସାରେ, କୋରାପୁଟ କଣ୍ଟା ଗାଁ ନିକଟ ଜଙ୍ଗଲରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ପ୍ୟାକିଂ ଚାଲିଥିଲା । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ କଣ୍ଟା ଗାଁ ନିକଟ ଜଙ୍ଗଲରେ ଚଢାଉ କରିଥିଲା । ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ସେଠାରେ ୨୯ଟି ବସ୍ତା ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ମାଫିଆ ସେଠାରୁ ଚମ୍ପଟ ମାରିଥିଲେ ।

୭.୫ କୁଇଣ୍ଟାଲ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । ଚଳିତ ବର୍ଷ ପ୍ରାୟ ୮ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଗଞ୍ଜେଇ ଗଚ୍ଛିତ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଚଡାଉ ଜାରି ରଖିଛି ପୋଲିସ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.