ETV Bharat / state

ଗଞ୍ଜେଇ ମାଫିଆଙ୍କ ଆକାଉଣ୍ଟରେ 96 ଲକ୍ଷ ଟଙ୍କା, ସିଜ୍‌ କଲା ପୋଲିସ - ganja smuggler bank account

ଜୟପୁରରେ ଗିରଫ ଦୁଇ ଗଞ୍ଜେଇ ମାଫିଆଙ୍କ ଆକାଉଣ୍ଟରେ 96 ଲକ୍ଷ ଟଙ୍କା । ଆକାଉଣ୍ଟ ସିଜ୍‌ କଲା ପୋଲିସ । ଅଧିକ ପଢନ୍ତୁ...

ପୋଲିସ
ପୋଲିସ
author img

By

Published : Mar 11, 2021, 11:02 AM IST

କୋରାପୁଟ: ଜୟପୁର ସଦର ପୋଲିସ ଆରମ୍ଭ କରିଛି ଗୋ ଗ୍ରୀନ ଅଭିଯାନ । ପୋଲିସର ଫୋକସରେ ରହିଛନ୍ତି ଗଞ୍ଜେଇ ମାଫିଆ । ସେମାନଙ୍କୁ ଧରିବା ସହ ଜୟପୁରକୁ ଗଞ୍ଜେଇ ମୁକ୍ତ କରିବାର ଅଭିଯାନ ଚଲାଇଛି ପୋଲିସ ।

ପୋଲିସ

ଗଞ୍ଜେଇ ଚୋରା ଚାଲାଣରେ ମାଫିଆମାନେ ସବୁଜ ଜହରକୁ ପାସ୍ କରିବା ପାଇଁ ଜୟପୁରକୁ ହବ୍ ଭାବେ ବ୍ୟବହାର କରୁଥିବା ବେଳେ ପୋଲିସ ମାଫିଆ ପାଇଁ ଜାଲ ବିଛେଇ ରଖିଛି । ଗତ 9/8/2020 ରେ ସଦର ଥାନାରେ ଏକ ଏନଡିପିଏସ କେସ ନମ୍ବର 147 ରୁଜୁ ହୋଇଥିଲା । ଏଥିରେ ପୋଲିସ 4 ଜଣ ଗଞ୍ଜେଇ ମାଫିଆଙ୍କୁ ଧରିଥିବାବେଳେ 9 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ।

ସେହିପରି 3 ଲକ୍ଷ ଟଙ୍କା ସହ ଗୋଟିଏ ବୋଲେରୋ ଓ ଗୋଟିଏ ଟ୍ରକକୁ ଜବତ କରିଥିଲା । ଚାରିଜଣ ଗଞ୍ଜେଇ ମାଫିଆ ମଧ୍ୟରୁ 2 ଜଣ ମାଫିଆଙ୍କ ଆକାଉଣ୍ଟକୁ ପୋଲିସ ସିଜ୍‌ କରିଛି । ଦୁଇ ଅଭିଯୁକ୍ତ ସୁଦର୍ଶନ ପାଣିଗ୍ରାହୀ ବ୍ୟାଙ୍କ ଆକାଉଣ୍ଟରେ 21 ଲକ୍ଷ 80 ହଜାର ଏବଂ ଗୋପିନାଥ ନିରିକିଙ୍କ ନାଁରେ 67ଲକ୍ଷ 68ହଜାର ଟଙ୍କା ସର୍ବମୋଟ 96 ଲକ୍ଷ 50ହଜାର ଟଙ୍କା ଥିବା ଏହି ଦୁଇ ଆକାଉଣ୍ଟକୁ ପୋଲିସ ସିଜ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.