ETV Bharat / state

ଓଲୁଅ ଭର୍ତ୍ତି ଟ୍ରକରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରି ପକାଇଲା ଅବକାରୀ ବିଭାଗ

author img

By

Published : Jan 15, 2022, 7:15 AM IST

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ଗୋଟାଏ ଓଲୁଅ ଭର୍ତ୍ତି ଗାଡିରୁ ଜବତ ହୋଇଛି ଗଞ୍ଜେଇ । ଏହାସହ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

ଓଲୁଅ ଭରା ଟ୍ରକରୁ ଗଞ୍ଜେଇ ଜବତ : ଡ୍ରାଇଭର ଗିରଫ

କୋରାପୁଟ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ଗୋଟାଏ ଓଲୁଅ ଭର୍ତ୍ତି ଗାଡିରୁ ଜବତ ହୋଇଛି ଗଞ୍ଜେଇ । ଏହାସହ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ତେବେ ଜବତ ହୋଇଥିବା 1029 କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକାଳନ କରାଯାଉଛି । ସୂଚନା ଅନୁସାରେ, କୋରାପୁଟ ମେଣ୍ଢାଗୁଡା ଛକ ଠାରେ ଗୋଟାଏ ଓଲୁଅ ଭର୍ତ୍ତି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜିଲ୍ଲା ଅବକାରୀ ବିଭାଗକୁ ଖବର ମିଳିଥିଲା । ପୂର୍ବ ଯୋଜନା ମୁତାବକ ଗଞ୍ଜେଇ ଗାଡିକୁ ଧରିବା ପାଇଁ ଛକି ରହିଥିଲା ଅବକାରୀ ବିଭାଗ ।

ଗାଡିଟି ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଅବକାରୀ ବିଭାଗ ଅଟକାଇଥିଲା । ଏନେଇ ଅବକାରୀ ଇନ୍ସପେକ୍ଟର ପ୍ରମୋଦ କୁମାର ବାଣୁଆ ସୂଚନା ଦେଇଛନ୍ତି । ତେବେ, ଟ୍ରକର ରେଜିଷ୍ଟ୍ରେସନ ନମ୍ବରଟି ମହାରାଷ୍ଟ୍ରର ହୋଇଥିବା ବେଳେ ଗାଡିଟି କେଉଁ ଠାରୁ କେଉଁଠାକୁ ଯାଉଥିଲା । ଗଞ୍ଜେଇ ଚାଲାଣ କିଏ କରୁଥିଲା ସେ ନେଇ ସ୍ପଷ୍ଟ କିଛି ସୂଚନା ମିଳିନି । ଅଧିକ ତଦନ୍ତ ହେଲେ ଏହି ଚୋରା ଚାଲାଣର ପ୍ରକୃତ ତଥ୍ୟ ପଦାକୁ ଆସିବ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

କୋରାପୁଟରୁ ସିଏଚ.ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.