ETV Bharat / state

ଟଙ୍କା ନୁହେଁ ମୁଠାଏ ଚାଉଳ ଦେଇ ପାଠ ପଢୁଛନ୍ତି ପିଲା

author img

By

Published : Jul 11, 2021, 12:20 PM IST

କୋରୋନା ମାଡରେ ବନ୍ଦ ପଡିଥିବା କୋରାପୁଟ ବ୍ଲକ ଅନ୍ତର୍ଗତ ନୂଆ କେରେଙ୍ଗା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଖୋଲିଲେ ଆମ ଚାଟଶାଳୀ । ମୁଠିଏ ଚାଉଳ ଦେଇ ପିଲାଏ ପଢିଲେ ପାଠ । ଅଧିକ ପଢନ୍ତୁ...

ମୁଠିଏ ଚାଉଳ ଦେଇ ପଢିଲେ ପାଠ
ମୁଠିଏ ଚାଉଳ ଦେଇ ପଢିଲେ ପାଠ

କୋରାପୁଟ: କୋରୋନା ମାଡରେ ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଖୋଲିଲେ ଆମ ଚାଟଶାଳୀ । ଗତ ଶିକ୍ଷା ବର୍ଷ ଆରମ୍ଭରୁ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ଥିବା ଯୋଗୁଁ କୋରାପୁଟ ବ୍ଲକ ଅନ୍ତର୍ଗତ ନୂଆ କେରେଙ୍ଗା ଗ୍ରାମର ଅଭିଭାବକ ଚିନ୍ତାରେ ଥିଲେ । ଏନେଇ ଗାଁରେ ବୈଠକ ବସିଲା ।

ମୁଠିଏ ଚାଉଳ ଦେଇ ପଢିଲେ ପାଠ

ତେବେ କୋରାପୁଟରେ ଥିବା ମହିଳା ଲୋକ ବିକାଶ ମଞ୍ଚ ସହ ଯୋଗାଯୋଗ କରି ସେମାନଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପଢୁଥିବା ପୁଅ ଝିଅଙ୍କୁ ପଢେଇବା ପାଇଁ ଗାଁରୁ ଜେନ କଲେଜରେ ପଢୁଥିବା ଝିଅକୁ ନିୟୋଜିତ କରିବା ପାଇଁ ସଭାରେ ଗ୍ରାମବାସୀ ନିଷ୍ପତ୍ତି ନେଲେ । କିନ୍ତୁ ସେହି ଝିଅଟିକୁ ପାରିତୋଷିକ ବାବଦରେ କିଛି ଦେଇପାରିବା ସ୍ଥିତିରେ ବି ସେମାନେ ନଥିଲେ । ତେଣୁ ପ୍ରତ୍ୟେକ ପିଲା ଦିନକୁ ମୁଠିଏ ଚାଉଳ ଭାବରେ ମାସକୁ ତିରିଶି ମୁଠା ଚାଉଳ ଅଥବା ତିରିଶି ଟଙ୍କା ଦେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ସେହି ଦିନଠାରୁ ଗାଁରେ ଥିବା ବିଦ୍ୟାଳୟ ଘର ବାରଣ୍ଡା ଓ ବର୍ଷା ପଡିଲେ ସ୍କୁଲର କୋଠରି ମଧ୍ୟରେ ସକାଳେ ସନ୍ଧ୍ୟାରେ ପିଲାଙ୍କ ପାଠପଢା ଆରମ୍ଭ ହେଲା ।

ଅତି ଗରିବ ପିଲାମାନେ କିଛି ଦେଇନପାରିଲେ ବି ନିଜ ଗାଁର ପିଲାଙ୍କୁ ପାଠ ପଢାଇବାର ସୁଯୋଗ ପାଇଥିବା ଯୋଗୁଁ ସେ ଖୁସି ଅଛନ୍ତି ବୋଲି ଚାଟଶାଳୀରେ ନିୟୋଜିତ ହୋଇଥିବା ସ୍ଵେଚ୍ଛାସେବୀ ନୀଲା ମୁଦୁଲି ଜଣାଇଛନ୍ତି । ବିନା ସ୍କୁଲରେ ପିଲାଏ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ଆମ ଚାଟଶାଳୀ ସେମାନଙ୍କୁ ବହୁ ପରିମାଣରେ ସହାୟ ହୋଇଥିବା ମହିଳା ଲୋକ ବିକାଶ ମଞ୍ଚର ସଦସ୍ୟା ମତପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.