ETV Bharat / state

କୋରାପୁଟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ - କୋରାପୁଟ ଜିଲ୍ଲା

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ଠାରେ ଠାବ ହୋଇଛନ୍ତି ପ୍ରଥମ କୋରୋନା ପଜିଟିଭ ଆକ୍ରନ୍ତ । ଆକ୍ରାନ୍ତଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ପୋଡାଗଡର 3କିଲୋମିଟର ପରିଧିକୁ ଆସନ୍ତା 48 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ପୋଡାଗଡରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ
ପୋଡାଗଡରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ
author img

By

Published : Apr 27, 2020, 8:28 PM IST

କୋରାପୁଟ: ଜିଲ୍ଲାରୁ ପ୍ରଥମ କୋରୋନା ପଜିଟିଭ ବ୍ୟକ୍ତିଙ୍କୁ ସୋମବାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ଠାରେ ଠାବ କରାଯାଇଛି । ଏହି ଯୁବକ କିଛିଦିନ ପୂର୍ବେ କୋଲକିତାରୁ ଫେରିଥିଲେ ଓ ପ୍ରଶାସନ ଦ୍ବାରା ତାଙ୍କୁ ପୋଡାଗଡ ଠାରେ କ୍ବାରେନଣ୍ଟାଇନରେ ରଖାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

ପୋଡାଗଡରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

ଆକ୍ରନ୍ତଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ପୋଡାଗଡର 3କିଲୋମିଟର ପରିଧିକୁ ଆସନ୍ତା 48 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରାଯିବା ବୋଲି ଜିଲ୍ଲାପାଳ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

ତେବେ ସେହି ବ୍ୟକ୍ତି କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିବା ପାଇଁ ପରୀକ୍ଷା ଦେଇଥିଲେ ହେଁ ସେବା ଯୋଗାଇନଥିବା ସେ ଜଣାଇଛନ୍ତି । ପୋଡାଗଡ ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗିଲେ ବି ପୋଡାଗଡ ଦେଇ ଯାଇଥବା ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ବାଭାବିକ ଭାବେ ଚଳାଚଳ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.