ETV Bharat / state

Coffee Museum: କୋରାପୁଟରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ କଫି ମ୍ୟୁଜିୟମ

author img

By

Published : May 13, 2022, 9:49 AM IST

କୋରାପୁଟ ରାଜୁଗୁଡ଼ାରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ କଫି ମ୍ୟୁଜିୟମ(Coffee Museum ) । ଲୋକଙ୍କୁ କଫି ମଞ୍ଜିରୁ ଗୁଣ୍ଡ ପର୍ଯ୍ୟନ୍ତ ପ୍ରକ୍ରିୟା ସମ୍ପର୍କରେ ଜଣାଇବା ପାଇଁ ଏହି ମ୍ୟୁଜିୟମର ପରିକଳ୍ପନା କରିଛନ୍ତି ଅଞ୍ଚଳର କଫି ଉଦ୍ୟୋଗୀ ଦମ୍ପତି । ଅଧିକ ପଢନ୍ତୁ

ରାଜୁଗୁଡାରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ କଫି ମ୍ୟୁଜିୟମ

କୋରାପୁଟ: କୋରାପୁଟରୁ ପ୍ରାୟ 20 କିମି ଦୂରରେ ଅବସ୍ଥିତ ରାଜୁଗୁଡା ଗାଁ । ଜିଲ୍ଲାର ଅନ୍ୟ ଆଦିବାସୀ ଗାଁଟିଏ ଭଳି ରାଜୁଗୁଡା ମଧ୍ୟ ଅଖ୍ୟାତ ପଲ୍ଲୀ ଭାବେ ଦୃଷ୍ଟି ଆଢୁଆଳରେ ରହିଯାଇଥାନ୍ତା । ହେଲେ ଗାଁର କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ପଣ୍ଡାଙ୍କ ଉଦ୍ୟମରେ ରାଜୁଗୁଡା କଫି ଉତ୍ପାଦନ ପାଇଁ ବେଶ୍ ପରିଚୟ ପାଇଛି । ଏହି ଦମ୍ପତି ଗତ 20 ବର୍ଷ ହେବ ଅଞ୍ଚଳର ଅନେକ ଲୋକଙ୍କୁ ବର୍ଷ ତମାମ୍ ରୋଜଗାର ଦେଇ ନିଜ କଫି ବଗିଚାରକୁ ଗଢି ତୋଳିଛନ୍ତି । ଏକର ଏକର ବ୍ୟାପି ଏହି କଫି ବଗିଚାର ସୋନ୍ଦର୍ଯ୍ୟ ଏବଂ ଏଠାରେ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣାବା ପାଇଁ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ ତାଙ୍କ କଫି ବଗିଚାକୁ ଆସୁଛନ୍ତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ପର୍ଯ୍ୟଟକ କଫି ବଗିଚା ବୁଲିବାକୁ ଆସୁଥିବା ସମୟରେ କଫି ପ୍ରସ୍ତୁତକୁ ନେଇ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ । କଫି ଗଛରୁ ଫଳ ତୋଳା ହୋଇ ପ୍ୟାକେଟରେ ଶୋଭା ପାଉଥିବା କଫି ଗୁଣ୍ଡ ଯାଏଁ, ପ୍ରକ୍ରିୟା ସମ୍ପର୍କରେ ସେମାନେ ଜାଣିବା ପାଇଁ ଆଗ୍ରହୀ ହୁଅନ୍ତି । ଉଦ୍ୟୋଗୀ ଦମ୍ପତି ଜଣ ଜଣ କରି ବୁଝାଇଥାନ୍ତି । ବର୍ତ୍ତମାନ ସମସ୍ତଙ୍କୁ କଫି ମଞ୍ଜିରୁ କଫି ଗୁଣ୍ଡ ପର୍ଯ୍ୟନ୍ତ ପ୍ରକ୍ରିୟା ସମ୍ପର୍କରେ ଜଣାଇବାକୁ ଏହି ଦମ୍ପତି ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି ଏବଂ ଫଟୋ ପ୍ରଦର୍ଶନୀ କରି ଏକ କଫି ମ୍ୟୁଜିୟମର(Coffee Museum) ପରିକଳ୍ପନା କରିଛନ୍ତି । ଏହି ମ୍ୟୁଜିୟମଟି ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ବହୁ ପରିମାଣରେ ଆକୃଷ୍ଟ କରିବ ସେମାନେ ଆଶାବାଦୀ ଅଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.