କୋରାପୁଟ: ଜୟପୁର ସହରର ପ୍ରଥମ ଦୈନିକ ବଜାରରେ ଭୟାବହ ଅଗ୍ନିକାଣ୍ଡ । ପରିବା ବଜାରରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଗୋଟିଏ ପରେ ଗୋଟିଏ ପରିବା ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଏନେଇ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ପରିବା ବଜାରରେ କିଭଳି ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।