କୋରାପୁଟ: ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସହାୟତା । କୋରାପୁଟରେ କୋଭିଡ ବିରୋଧୀ ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇ ସେବା କରିଥିବା ଚାରି ଜଣ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ 50 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ।
ମୃତ ଚାରି ଜଣଙ୍କ ମଧ୍ୟରୁ ଜଣକ ପରିବାର ଭୁବନେଶ୍ବରରେ ରହୁଥିବା ଯୋଗୁଁ ବାକି 3 ଜଣଙ୍କ ପରିବାରକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଆର୍ଥିକ ସହାୟତା ରାଶି ହସ୍ତାନ୍ତର କରିଛନ୍ତି । ସରକାରଙ୍କ ଏପରି ସହଯୋଗ ନିମନ୍ତେ ମୃତକଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି । ତେବେ କୋରାପୁଟ ପୋଲିସ ବିଭାଗରେ କାର୍ଯ୍ୟ କରି କୋରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ସର୍ବେଶ୍ବର ପ୍ରଧାନଙ୍କ ପୁଅ ପରିବାରର ଜଣକୁ ସରକାରୀ ଚାକିରୀ ସରକାର ଯୋଗାଇ ପାରିଲେ ଅଧିକ ଉପଯୋଗୀ ହୋଇପାରନ୍ତା ବୋଲି ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ