କୋରାପୁଟ: ଜିଲ୍ଲାରେ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ୟାଙ୍କଗୁଡିକ କିପରି ଆଗକୁ ଆସିପାରିବେ ସେନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗୁରୁତ୍ବ ଦେଇଛନ୍ତି । ବୁଧବାର ନାବାର୍ଡ ଆନୁକୂଲ୍ୟରେ ଏନେଇ ଆୟୋଜିତ ହୋଇଥିଲା ଜିଲ୍ଲାସ୍ତରୀୟ କର୍ମଶାଳା । ଯେଉଁଥିରେ ଗତ ବର୍ଷଗୁଡିକରେ ବିଭିନ୍ନ ବ୍ୟାଙ୍କର ସହାୟତା ଓ ସହଯୋଗର ପରିମାଣ ସମୀକ୍ଷା କରାଯାଇଥିଲା ।
ଏଥିସହ କର୍ମଶାଳାରେ ଆଗାମୀ ଦିନରେ ପଶୁ ପାଳନ ତଥା ଚାଷ କାମକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଆହୁରି ଅଧିକା ଋଣ କିପରି ଦିଆଯାଇପାରିବ ସେ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ତେବେ ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ଆୟୋଜିତ କର୍ମଶାଳା ସହାୟକ ହୋଇଥିଲା ବୋଲି ନାବାର୍ଡର ଡିଡିଏମ ମୁରାରୀ ମୋହନ ବେହେରା ଜଣାଇଛନ୍ତି ।
ତେବେ ବୁଧବାର ଆୟୋଜିତ ଏହି କର୍ମଶାଳାରେ ବିଭାଗୀୟ ଅଧିକାରୀ, ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ପ୍ରଗତିଶୀଳ ଚାଷୀ ଯୋଗ ଦେଇଥିଲେ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ