ETV Bharat / state

ପାଣି ମଡ଼ାଇଲେ , ଚାଷ କଲେ ଏବଂ ଲାଭ ପାଇଲେ - farmers of kasamguda village

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ କସମଗୁଡା ଗାଁର ଚାଷୀ ଶୋଭା ସ୍ବେଚ୍ଛାସେବୀ ସଙ୍ଘଠନ ଦ୍ୱାରା ଦିଆଯାଇଥିବା ଦୁଇଟି ପମ୍ପ ଓ ଉନ୍ନତମାନର ପରିବା ବିହନ ସାହାଯ୍ୟରେ ବିଭିନ୍ନ ପରିବା ଚାଷ କରି ଭଲ ପଇସା ଉପାର୍ଜନ କରୁଛନ୍ତି ଚାଷୀ । ଏଥିପାଇଁ ସେମାନେ ବେଶ ଖୁସି ଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 7, 2019, 11:53 PM IST

କୋରାପୁ: ଗାଁରେ ପୋଖରୀ ଥିଲା । କିନ୍ତୁ ସେଥିରୁ ପାଣି ଆଣି ଗାଁର ଅପରପାର୍ଶ୍ଵରେ ଚାଷ କରିବା ସମ୍ଭବ ହେଉନଥିବା ଯୋଗୁଁ କେବଳ ସୁଆଁ ଭଳି ଶସ୍ୟ ଅମଳ କରୁଥିଲେ ଗ୍ରାମବାସୀ । ପନିପରିବା ଚାଷ କରିବା ସେମାନଙ୍କ ପାଇଁ ଏକ ସ୍ୱପ୍ନ ମାତ୍ର ହୋଇ ରହିଯାଇଥିଲା । ଏବେ ଗାଁରେ ମୋଟର ପମ୍ପ ଅଛି । ପୋଖରୀ ଓ କୂଅର ପାଣି କ୍ଷେତରେ ମଡ଼ାଇ ଗ୍ରାମବାସୀ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ବେଶ ଦୁଇ ପଇସା ଉପାର୍ଜନ କରୁଛନ୍ତି ।

ଏହା ହେଉଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଞ୍ଚାୟତର କସମଗୁଡା ଗାଁର କଥା । କୋରାପୁଟର ଶୋଭା ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଗ୍ରାମବାସୀଙ୍କ ପାଇଁ ଦୁଇଟି ପମ୍ପ ଓ ଉନ୍ନତମାନର ପରିବା ବିହନ ଯୋଗାଇଦେବା ସହ ବିଭିନ୍ନ ଚାଷ କରିବାର ପ୍ରଣାଳୀ ସମ୍ପର୍କରେ ତାଲିମ ଦିଆଯିବା ପରେ ଗାଁରେ ଚାଷୀଙ୍କ ମୁଖରେ ଆନନ୍ଦ ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତ ବର୍ଷେ ହେବ ବାଇଗଣ ଚାଷ କରି ଘାସିରାମ ଭତ୍ରା ବ୍ୟାଙ୍କରେ ୫ ହଜାର ଟଙ୍କା ସଞ୍ଚୟ କରିଥିବା ବେଳେ ଆଉ ଏକ ଚାଷୀ ବୀର ସିଂ ଭତ୍ରା ପରିବା ବିକ୍ରି କରି ତା ଲାଭାଂଶରେ ହଳ କିଣିଲେଣି । ଚାଷୀଙ୍କ ସଫଳତାକୁ ଦେଖି ସେହି ଗାଁର ଅନ୍ୟ ଚାଷୀ ମଧ୍ୟ ଖାଲି ପଡିଥିବା ଜମିରେ ପରିବା ଚାଷ କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ଶୋଭା ସଙ୍ଗଠନର ସ୍ଥାନୀୟ କର୍ମକର୍ତା ମଣ୍ଟୁ ମହାନ୍ତି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro: ଗାଁରେ ପୋଖରୀ ଥିଲା । କିନ୍ତୁ ସେଥିରୁ ପାଣି ଆଣି ଗାଁର ଅପର ପାର୍ଶ୍ଵରେ ଚାଷ କରିବା ସମ୍ଭବ ହେଉନଥିବା ଯୋଗୁଁ କେବଳ ସୁଆଁ ଭଳି ଶସ୍ୟ ଅମଳ କରୁଥିଲେ ଗ୍ରାମବାସୀ । ପନିପରିବା ଚାଷ କରିବା ସେମାନଙ୍କ ପାଇଁ ଏକ ସ୍ୱପ୍ନ ମାତ୍ର ହୋଇ ରହିଯାଇଥିଲା ।କିନ୍ତୁ ଏବେ ଗାଁରେ ମୋଟର ପମ୍ପ ଅଛି ।ପୋଖରୀ ଓ କୂଅରୁ ପାଣି କ୍ଷେତରେ ମଡ଼ାଇ ଗ୍ରାମବାସୀ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ବେଶ ଦୁଇ ପଇସା ଉପାର୍ଜନ କରୁଛନ୍ତି ।Body:ଏହା ହେଉଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତର କସମଗୁଡା ଗାଁର କଥା । କୋରାପୁଟର ଶୋଭା ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଗ୍ରାମବାସୀଙ୍କ ପାଇଁ ଦୁଇଟି ପମ୍ପ ଓ ଉନ୍ନତ ମାନର ପରିବା ବିହନ ଯୋଗାଇଦେବା ସହ ବିଭିନ୍ନ ଚାଷ କରିବାର ପ୍ରଣାଳୀ ସମ୍ପର୍କରେ ତାଲିମ ଦିଆଯିବା ପରେ ଗାଁରେ ଚାଷୀଙ୍କ ମୁଖରେ ନୂତନ ଆନନ୍ଦ ଖେଳିଯାଇଛି । ଗତ ବର୍ଷେ ହେବ ବାଇଗଣ ଚାଷ କରି ଘାସିରାମ ଭତ୍ରା ବ୍ୟାଙ୍କରେ ୫ ହଜାର ଟଙ୍କା ସଞ୍ଚୟ କରିଥିବା ବେଳେ ଆଉ ଏକ ଚାଷୀ ବୀର ସିଂ ଭତ୍ରା ପରିବା ବିକ୍ରିକରି ତା ଲାଭାଂଶରେ ହଳ କିଣିଲେଣି ।Conclusion:ସେମାନଙ୍କ ସଫଳତାକୁ ଦେଖି ସେହି ଗାଁର ଅନ୍ୟ ଚାଷୀ ମଧ୍ୟ ଖାଲି ପଡିଥିବା ଜମିରେ ପରିବା ଚାଷ କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ଶୋଭା ସଂଗଠନର ସ୍ଥାନୀୟ କର୍ମକର୍ତା ମଣ୍ଟୁ ମହାନ୍ତି ଜଣାଇଛନ୍ତି ।
........
Byte : ଘାସିରାମ ଭତ୍ରା
Byte : ବୀର ସିଂ
Byte : ମଣ୍ଟୁ ମହାନ୍ତି , ଶୋଭା ର କର୍ମକର୍ତା
..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.