ETV Bharat / state

ଲେମନ ଗ୍ରାସରୁ ପ୍ରସ୍ତୁତ ତେଲର ଉଚିତ ଦର ପାଇଁ ଏକାଠି ଚାଷୀକୂଳ - ତେଲର ଉଚିତ ଦର ପାଇବାକୁ ସଙ୍ଗଠିତ ହେଲେ ଚାଷୀ

ଲେମନ ଗ୍ରାସରୁ ବାହାରୁଥିବା ତେଲର ଉଚିତ୍ ମୂଲ୍ୟ ପାଇବା ଆଶାରେ ଏକାଠି ହୋଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

lemon grass
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Dec 10, 2019, 7:17 AM IST

କୋରାପୁଟ: ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଲେମନ ଗ୍ରାସରୁ ବାହାରୁଥିବା ତେଲର ବେଶ ଚାହିଦା ଥିଲା । ଚାଷୀ ଲିଟର ତେଲ ବିକି 1300ରୁ 1500 ଟଙ୍କା ପର୍ଯ୍ୟନ୍ତ ପାଉଥିଲେ । ଏଭଳି ଉପାୟରେ ଅର୍ଥ ଉପାର୍ଜନ ଆଶାରେ 10-15 ବର୍ଷ ପୂର୍ବେ ଏହି ବ୍ଲକର ଆଲମଣ୍ଡା ପଞ୍ଚାୟତ ସମେତ ଆହୁରି 12ଟି ପଞ୍ଚାୟତର ହଜାର ହଜାର ଧାନ, ମାଣ୍ଡିଆ, ଧୁଆଁପତ୍ର ଓ କପା ଚାଷ କରିବା ଛାଡ଼ି ବ୍ୟାପକ ଭାବେ ଏହି ଘାସ ଲଗାଇ ଏକ ନୂତନ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ଏହି ତେଲର ବଜାର ଦର ହଠାତ ଲିଟର ପିଛା 600ରୁ 700 ଟଙ୍କାକୁ ଖସି ଆସିଥିବା ଯୋଗୁଁ ଚାଷୀକୂଳ ଏବେ ଚିନ୍ତାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନାନୁସାରେ, ଗତ କିଛିବର୍ଷ ପୂର୍ବେ କିଛି ବ୍ୟବସାୟୀ ଏହି ତେଲକୁ ବାହାର ରାଜ୍ୟକୁ ପଠାଇଥିବା ବେଳେ ସେଠାକାର ବ୍ୟବସାୟୀ ଏହି ତେଲରେ ଭେଜାଲ ତେଲ ମିଶିଥିବା ଅଭିଯୋଗ କରି ଏହି ତେଲ ନେବା ସମ୍ପୂର୍ଣ୍ଣ ନେବା ବନ୍ଦ କରି ଦେଇଛନ୍ତି । ଯାହାର ଫଳସ୍ବରୂପ ଏପର୍ଯ୍ୟନ୍ତ ଏଠାକାର ତେଲ ଏବେ ନିଜର ଗୌରବ ହରାଇଛି । ତେବେ ଏନେଇ ଚାଷୀ ମୂଲିଆ ସଂଘର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ମଧ୍ୟ ଦେଖା କରିଥିଲେ । ଏହା ପରେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ନବ ନିର୍ମାଣ ସମିତି ଆନୁକୂଲ୍ୟରେ ଗାଁ ଗାଁରେ ଲେମନ ଗ୍ରାସ ତୈଳ ଉତ୍ପାଦକ ଦଳ ଗଠନ ହୋଇପାରିଛି । ଏହି ଦଳ ସାମୁହିକ ଭାବେ ତୈଳ ଉତ୍ପାଦନ କରିବା ସହିତ ପ୍ରସ୍ତୁତ ହେଉଥିବା ତେଲକୁ ଛୋଟ ଛୋଟ ବୋତଲରେ ଭର୍ତ୍ତି କରି ବିକ୍ରି କରିବା ଆରମ୍ଭ କରିଛନ୍ତି ।

ବୋତଲରେ ଭର୍ତ୍ତି ହୋଇଥିବା ଏହି ତେଲକୁ ବିନା କୌଣସି ମଧ୍ୟସ୍ଥିରେ ସିଧାସଳଖ ଖାଉଟି ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇ ଚାଷୀଙ୍କ ଏହି ସମସ୍ୟାର ସମାଧାନ କରାଯାଉଥିବା ଓରମାସର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କାର୍ତ୍ତିକ ରୋଶନ ଜଣାଇଛନ୍ତି । ଏହି ପ୍ରକ୍ରିୟାରେ ବାଲିଯାତ୍ରା ଓ ପରବ ଭଳି ବିଶାଳ ଯାତ୍ରାରେ ଚାଷୀ ସିଧା ନିଜ କଷ୍ଟାର୍ଜିତ ତୈଳ ସିଧାସଳଖ ବିକିବାର ସୁବିଧା ପାଇପାରିଛନ୍ତି । ତେବେ ଭବିଷ୍ୟତରେ ଓଡିଶାର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଆୟୋଜିତ ହେଉଥିବା ଯାତ୍ରା ଓ ବଜାରକୁ ମଧ୍ୟ ଏହି ତୈଳ ପଠାଇବାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ହାତୀଗାଡ଼ାର ଅନ୍ୟତମ ଚାଷୀ ଗୋବିନ୍ଦ ମାଣ୍ଡିଙ୍ଗିଙ୍କ କହିବାନୁଯାୟୀ କଟକର ବାଲିଯାତ୍ରା ଓ କୋରାପୁଟର ପରବ ବଜାରରେ ଏହି ତେଲକୁ ଲିଟର ପିଛା 1300 ଟଙ୍କାରେ ବିକ୍ରି କରିପାରିଲେ ଚାଷୀ ପୂର୍ବଭଳି ଲାଭବାନ ହୋଇପାରିବେ ବୋଲି ଆଶା ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଦିନ ଥିଲା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ଲେମନ ଗ୍ରାସ ରୁ ବାହାରୁଥିବା ତେଲ ର ବେଶ ଚାହିଦା ଥିଲା ।ଚାଷୀ ଲିଟର ତେଲ ବିକି 1300 ରୁ 1500 ଟଙ୍କା ପର୍ଯ୍ୟନ୍ତ ପାଉଥିଲେ ।Body:ତେଣୁ ଏହି ବ୍ଲକର ଆଲମଣ୍ଡା ପଂଚାୟତ ସମେତ ଆହୁରି ବାରଟି ପଂଚାୟତରେ ହଜାର ହଜାର ଚାଷୀ ଦଶ ପନ୍ଦର ବର୍ଷ ପୂର୍ବ ପର୍ଯ୍ୟନ୍ତ ପାରମ୍ପରିକ ଭାବେ ଧାନ , ମାଣ୍ଡିଆ , ଧୁଆପତ୍ର ଓ କପା ଚାଷ କରିବା ଛାଡ଼ିଦେଇ ବ୍ୟାପକ ଭାବେ ଏହି ଘାସ ଲଗାଇ ଏକ ନୂତନ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଥିଲେ ବୋଲି ଆଲମଣ୍ଡା ପଂଚାୟତ ସରପଞ୍ଚ କାନ୍ନା ରତ୍ନାଲୁ ଜଣାଇଛନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ଏହି ତେଲର ବଜାର ଦର ହଠାତ ଲିଟର ପିଛା 600 ରୁ 700 ଟଙ୍କାକୁ ଖସି ଆସିଥିବା ଯୋଗୁଁ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗତ କିଛିବର୍ଷ ପୂର୍ବେ କିଛି ବ୍ୟବସାୟୀ ଏହି ତେଲକୁ ବାହାର ରାଜ୍ୟକୁ ପଠାଇଥିବା ବେଳେ ସେଠାକାର ବ୍ୟବସାୟୀ ଏହି ତେଲରେ ଭେଜାଲ ତେଲ ମିଶିଥିବା ଅଭିଯୋଗ କରି ସମ୍ପୂର୍ଣ୍ଣ ଭାବେ ଏଠାରୁ ତେଲ ନେବା ଏକପ୍ରକାର ବନ୍ଦ କରିଦେଇଛନ୍ତି । ଏହାର ଫଳସ୍ୱରୂପ ଏ ପର୍ଯ୍ୟନ୍ତ ଏଠାକାର ତେଲ ତାର ହୃତ ଗୌରବକୁ ଫେରି ପାଉନଥିବା ହାତୀଗାଡ଼ା ଗ୍ରାମର ଚାଷୀ ପାଢ଼ୀ ଭତ୍ରା କ୍ଷୋଭ ପ୍ରକାଶ କରିଛନ୍ତି । ଏ ନେଇ ଚାଷୀ ମୂଲିଆ ସଂଘ ର କର୍ମକର୍ତା ଜିଲ୍ଲାପାଳଙ୍କୁ ମଧ୍ୟ ଦେଖା କରିଥିଲେ । ତେବେ ପରବର୍ତୀ ପର୍ଯ୍ୟାୟରେ ସେହି ଅଂଚଳରେ କାର୍ଯ୍ୟକରୁଥିବା ସ୍ବେଛାସେବୀ ସଂସ୍ଥା ନବ ନିର୍ମାଣ ସମିତି ଆନୁକୂଲ୍ୟରେ ଗାଁ ଗାଁ ରେ ଲେମନ ଗ୍ରାସ ତୈଳ ଉତ୍ପାଦକ ଦଳ ଗଠନ ହୋଇପାରିଛି । ଏହି ଦଳ ସାମୁହିକ ଭାବେ ତୈଳ ଉତ୍ପାଦନ କରିବା ସହିତ ପ୍ରସ୍ତୁତ ହେଉଥିବା ତେଲକୁ ଛୋଟ ଛୋଟ ବୋତଲ ରେ ଭର୍ତି କରି ବିକିବା ଆରମ୍ଭ କରିଥିବା ସମିତିର ସମ୍ପାଦକ ପ୍ରକାଶ ଜେନା ଜଣାଇଛନ୍ତି । ବୋତଲରେ ଭର୍ତି ହୋଇଥିବା ଏହି ତେଲକୁ ବିନା କୌଣସି ମଧ୍ୟସ୍ଥି ରେ ସିଧାସଳଖ ଖାଉଟି ପାଖରେ ପହୁଞ୍ଚାଇବା ର ବ୍ୟବସ୍ଥା କରାଯାଇ ଚାଷୀଙ୍କ ଏହି ସମସ୍ୟା ର ସମାଧାନ କରାଯାଉଥିବା ଅରମାସ ର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କାର୍ତିକ ରୋଶନ ଜଣାଇଛନ୍ତି । ଏହି ପ୍ରକ୍ରିୟାରେ ବାଲିଯାତ୍ରା ଓ ପରବ ଭଳି ବିଶାଳ ଯାତ୍ରା ରେ ଚାଷୀ ସିଧା ସଳଖ ବିକିବାର ସୁବିଧା କରାଯାଇଥିବା ବେଳେ ଭବିଷ୍ୟତରେ ଓଡିଶା ର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଠାରେ ଆୟୋଜିତ ହେଉଥିବା ଯାତ୍ରା ଓ ବଜାରକୁ ମଧ୍ୟ ପଠାଇବାର ବ୍ୟବସ୍ଥା କରାଯାଉଥିବା ସେ ଜଣାଇଛନ୍ତି । ହାତୀଗାଡ଼ା ର ଅନ୍ୟତମ ଚାଷୀ ଗୋବିନ୍ଦ ମାଣ୍ଡିଙ୍ଗି ଙ୍କ କହିବାନୁଯାୟୀ କଟକର ବାଲିଯାତ୍ରା ଓ କୋରାପୁଟର ପରବ ବଜାରରେ ଏହି ତେଲକୁ ଲିଟର ପିଛା 1300 ଟଙ୍କାରେ ବିକ୍ରି କରିପାରିଥିବା ଯୋଗୁଁ ପୁଣିଥରେ ପୂର୍ବଭଳି ଚାଷୀ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧିଛନ୍ତି ।Conclusion:ବାଇଟ : କାନ୍ନା ରତ୍ନାଲୁ , ସରପଞ୍ଚ , ଆଲମଣ୍ଡା ପଂଚାୟତ ( Green saree )
ବାଇଟ : ପାଢ଼ୀ ଭତ୍ରା , ଚାଷୀ (Yellow T-Shirt)
ବାଇଟ : ପ୍ରକାଶ ଜେନା , ନବ ନିର୍ମାଣ ସମିତି ( White shirt with strips)
ବାଇଟ : ଗୋବିନ୍ଦ ମାଣ୍ଡିଙ୍ଗି , ଚାଷୀ ( Check shirt)
ବାଇଟ : ରୋଶନ କାର୍ତିକ , ପ୍ରକଳ୍ପ ନିର୍ଦେଶକ , ଅରମାସ ( Plain white shirt )
ପିଟୁସି : ଶାନ୍ତାକାର, କୋରାପୁଟ
.........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.