ETV Bharat / state

ମାନସିକ ବିକାରଗ୍ରସ୍ତ ବାଳିକାକୁ ମାନବିକତାର ହାତ ବଢ଼ାଇଲା ଏକତା - ଏକତା ପୁନର୍ବାସ କେନ୍ଦ୍ର

Ekta Rehabilitation Centre: ଏକତା ସଂଗଠନ ପକ୍ଷରୁ ସେମିଳିଗୁଡା ବସ ଷ୍ଟାଣ୍ଡରୁ ଜଣେ ମାନସିକ ବିକାରଗ୍ରସ୍ତ ବାଳିକାକୁ ଉଦ୍ଧାର କରାଯାଇଛି । ତାଙ୍କୁ ବର୍ତ୍ତମାନ ଦୁରୁଗୁଡା ଠାରେ ଥିବା ପୁନର୍ବାସ କେନ୍ଦ୍ରରେ ରଖାଯାଇଛି । ଅଧିକ ପଢନ୍ତୁ

ମାନସିକ ବିକାରଗ୍ରସ୍ତ ବାଳିକାକୁ ମାନବିକତାର ହାତ ବଢ଼ାଇଲା "ଏକତା"

author img

By ETV Bharat Odisha Team

Published : Jan 13, 2024, 9:55 AM IST

ମାନସିକ ବିକାରଗ୍ରସ୍ତ ବାଳିକାକୁ ମାନବିକତାର ହାତ ବଢ଼ାଇଲା "ଏକତା"

କୋରାପୁଟ: ଶାରୀରିକ ଓ ମାନସିକ ଭାବେ ଅନଗ୍ରସର ଥିବା ଦିବ୍ୟାଙ୍ଗ ପିଲା ପାଉଛନ୍ତି ନୂଆ ଜୀବନ । କୋରାପୁଟ ଜିଲ୍ଲାର ଦୁରୁଗୁଡା ଓ ବୈପାରିଗୁଡା ଠାରେ ଆବାସିକ ପୁନର୍ବାସ କେନ୍ଦ୍ରରେ ଏକତା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଭଳି ବିହୁ ଦିବ୍ୟାଙ୍ଗ ପିଲାମାନଙ୍କ ଯତ୍ନ ନିଆଯାଉଛି । ଏହାରି ଭିତରେ ସେମିଳିଗୁଡା ବସ ଷ୍ଟାଣ୍ଡ ନିକଟରୁ ଅସହାୟ ଅବସ୍ଥାରେ ବସିଥିବା ଜଣେ ମାନସିକ ବିକାରଗ୍ରସ୍ତ ବାଳିକାକୁ ଉଦ୍ଧାର କରିଛି ଏକତା ସଂଗଠନ । ଉକ୍ତ ନାବାଳିକାକ ଜଣକ ହେଉଛନ୍ତି ଲକ୍ଷ୍ମୀ । ବର୍ତ୍ତମାନ ଏହି ମାନସିକ ବାଧିତ ବାଳିକା ଲକ୍ଷ୍ମୀକୁ କୋରାପୁଟ ନିକଟସ୍ଥ ଦୁରୁଗୁଡା ଠାରେ ଥିବା ପୁନର୍ବାସ କେନ୍ଦ୍ରରେ ରଖାଯାଇଛି । ସେଠାରେ ତାର ଚିକିତ୍ସା ଏବଂ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ତେବେ ସେ ଶାରୀରିକ ଭାବେ ଚଳପ୍ରଚଳ କରିପାରୁ ନଥିବାବେଳେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି । ଏହା ପୂର୍ବରୁ ଲକ୍ଷ୍ମୀ ଏଠାରେ ହିଁ ରହୁଥିବା ସୂଚନା ମିଳିଛି । ହେଲେ କିଛି ଦିନ ହେବ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିଲା । କିନ୍ତୁ ସେ ସେଠାରୁ ପାଚେରୀ ଡେଇଁ ଚାଲିଯାଇଥିଲା । ଏହା ପେର ଲକ୍ଷ୍ମୀ ସେମିଳିଗୁଡା ବସ ଷ୍ଟାଣ୍ଡ ନିକଟରେ ରହିଥିବା ଏକତା ସ୍ବେଚ୍ଛାସେବୀ ସଂଗଠନକୁ ଖବର ଆସିଥିଲା । ଏହା ପରେ ଅନୁଷ୍ଠାନ ପକ୍ଷରୁ ତାକୁ ଉଦ୍ଧାର କରାଯାଇଥିଲା ।

ତେବେ ସ୍ବେଛାସେବୀ ଆଲିଭା ସାମଲ କହିଛନ୍ତି, "ଲକ୍ଷ୍ମୀକୁ ଗତ କିଛିଦିନ ପୂର୍ବେ ଏହି ପୁନର୍ବାସ କେନ୍ଦ୍ରରୁ ଉନ୍ନତ ରକ୍ଷଣାବେକ୍ଷଣ ପାଇଁ ସାମାଜିକ କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ଅନ୍ୟ ଏକ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ରହିବାର କିଛିଦିନ ମଧ୍ୟରେ ସେ କାନ୍ଥ ଡେଇଁ ଚାଲିଯାଇଥିଲା । ତେବେ ଲକ୍ଷ୍ମୀକୁ ସେମିଳିଗୁଡ଼ାରେ ଠାବ କରିବା ପରେ ସେହି ଅନୁଷ୍ଠାନକୁ ଅବଗତ କରାଯାଇଥିଲା । ହେଲେ ଲକ୍ଷ୍ମୀକୁ ସେହି କେନ୍ଦ୍ରକୁ ଗ୍ରହଣ କରିନଥିଲେ । ତେଣୁ ଆମେ ତାଙ୍କୁ ଉଦ୍ଧାର କରି ଏଠାକୁ ଆଣିଛୁ ।"

ଏହା ମଧ୍ୟ ପଢନ୍ତୁ.....ଡାକ୍ତରଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଏହି କେନ୍ଦ୍ରରେ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସହ ସାଧାରଣ ଶିଶୁଙ୍କ ଭଳି ଚଳପ୍ରଚଳ କରିବା ପାଇଁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହି ସଂଗଠନ ମୁଖ୍ୟ ଲକ୍ଷ୍ୟ ହେଉଛି ଶାରୀରିକ ଓ ମାନସିକ ଅନଗ୍ରସର ମହିଳା ଏବଂ ଶିଶୁମାନଙ୍କୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ଦେବା ।ଏହାସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ସଂସ୍ଥା ତରଫରୁ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଉଛି । ଏହା ଦ୍ୱାରା ବୈପାରିଗୁଡା , କୁନ୍ଦୁରା ଓ ଲମତାପୂଟ ବ୍ଲକର ଶତାଧିକ ଦିବ୍ୟାଙ୍ଗ ଶିଶୁ ଲାଭବାନ ହୋଇପାରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.