ETV Bharat / state

କୋରୋନାକୁ ହରାଇଲେ 80 ବର୍ଷୀୟ ବୃଦ୍ଧ, ଜିଲ୍ଲା ପ୍ରଶାସନକୁ ଦେଲେ ଧନ୍ୟବାଦ

ସାହସ ବଳରେ ବୟସର ଅପରାହ୍ନରେ ମଧ୍ୟ ମହାମାରୀ କୋରୋନାକୁ ମୁକାବିଲା କରି ଶେଷରେ ବିଜୟ ହାସଲ କରିଛନ୍ତି ଜୟପୁରର 80 ବର୍ଷୀୟ ବୃଦ୍ଧ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

eighty year old victory
କୋରୋନାକୁ ହରାଇଲେ ଜୟପୁରର 80 ବର୍ଷ ବୃଦ୍ଧ, ଜିଲ୍ଲା ପ୍ରଶାସନକୁ ଦେଲେ ଧନ୍ୟବାଦ
author img

By

Published : May 28, 2021, 10:27 PM IST

କୋରାପୁଟ: ବୟସ 80 । କିନ୍ତୁ ସାହସ ଅସୀମ । ଏହି ସାହସ ବଳରେ ବୟସର ଅପରାହ୍ନରେ ମଧ୍ୟ ମହାମାରୀ କୋରୋନାକୁ ମୁକାବିଲା କରି ଶେଷରେ ବିଜୟ ହାସଲ କରିଛନ୍ତି । ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଅନୁଯାୟୀ କୋରାପୁଟ ଜିଲ୍ଲାର ଜୟପୁର ବାସିନ୍ଦା 80 ବର୍ଷୀୟ ଧାତୁର୍ବେଦି ସିଂ କୋଭିଡକୁ ସାମନା କରିଛନ୍ତି । ଗତ ଅପ୍ରେଲ 16 ତାରିଖରେ ଘରେ ଅସୁସ୍ଥତା ଅନୁଭବ କରିବା ପରେ ଜୟପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ବୟସ ହୋଇଯାଇଥିବା ଯୋଗୁଁ ତାଙ୍କ ଶୁଭେଚ୍ଛୁ ଭୟଭୀତ ହୋଇଥିଲେ ହେଁ ସିଂ ତିଳେହେଲେ ସାହସ ହରାଇନଥିଲେ ।

କୋରୋନାକୁ ହରାଇଲେ ଜୟପୁରର 80 ବର୍ଷ ବୃଦ୍ଧ, ଜିଲ୍ଲା ପ୍ରଶାସନକୁ ଦେଲେ ଧନ୍ୟବାଦ

ଜୟପୁରର କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେଠାରେ ଡାକ୍ତର ଓ ନର୍ସଙ୍କ ଦ୍ଵାରା ଯୋଗାଇଦିଆଯାଉଥିବା ଉନ୍ନତମାନର ସେବାକୁ ଦେଖି ତାଙ୍କ ମନରେ ଯାହାବି ସନ୍ଦେହ ଥିଲା ତାହା ଦୂର ହୋଇଯାଇଥିଲା ବୋଲି ସିଂ କହିଛନ୍ତି । ସୁସ୍ଥ ହୋଇ ଫେରିବା ସହ ଶେଷରେ ବିଜୟୀ ମଧ୍ୟ ହାସଲ କରିଛନ୍ତି ।

ଆଜି ସେ ଓ ତାଙ୍କ ବୋହୂ ରୀତା କୋରାପୁଟ ଆସି ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସାମ୍ବାଦିକଙ୍କ ସହ ବାର୍ତାଳାପ ସମୟରେ ଜୟପୁର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ପ୍ରତି ସିଂ କୃତଜ୍ଞତା ପ୍ରକାଶ କରିଥିଲେ ।

କୋଭିଡକୁ ନ ଡରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ବା ସ୍ଥାନୀୟ କୋଭିଡ ଚିକିତ୍ସାଳଯରେ ଚିକିତ୍ସିତ ହେବା ପାଇଁ ସେ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି । ପରିଣତ ବୟସରେ କୋଭିଡ ବିରୁଦ୍ଧରେ ସଂଗ୍ରାମ କରି ବିଜୟ ହାସଲ କରିଥିବା ସିଂ କୋଭିଡ ଯୋଦ୍ଧା ଭାବେ ସମସ୍ତଙ୍କୁ ଅନୁପ୍ରାଣିତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.