ETV Bharat / state

8 ମାସ ପରେ ବସିଲା କୋରାପୁଟ ଜିଲ୍ଲା ପରିଷଦ ବୈଠକ

author img

By

Published : Nov 18, 2020, 9:13 PM IST

କୋଭିଡ ପ୍ରଭାବ ଯୋଗୁଁ ଦୀର୍ଘ 8 ମାସ ପରେ ବସିଲା କୋରାପୁଟ ଜିଲ୍ଲା ପରିଷଦ ବୈଠକ । ଅଧିକ ପଢନ୍ତୁ ....

8 ମାସ ପରେ ବସିଲା କୋରାପୁଟ ଜିଲ୍ଲା ପରିଷଦ ବୈଠକ
8 ମାସ ପରେ ବସିଲା କୋରାପୁଟ ଜିଲ୍ଲା ପରିଷଦ ବୈଠକ

କୋରାପୁଟ: କୋଭିଡ ପ୍ରଭାବ ଯୋଗୁ ଦୀର୍ଘ 8 ମାସ ପରେ କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡିଭାଲ୍ୟୁସନ ଫଣ୍ଡ ଓ ଅନ୍ୟାନ୍ୟ ଖର୍ଚର ଅନୁମୋଦନ କରାଯାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିରସାନି ସୂଚନା ଦେଇଛନ୍ତି । ପ୍ରାପ୍ତ ଡିଭୋଲ୍ୟୁସନ ଫଣ୍ଡକୁ ବ୍ଲକ ପିଛା 14 ଲକ୍ଷ 57 ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁମୋଦନ କରାଯାଇଛି । ତେବେ ବ୍ଲକ ଅଞ୍ଚଳରେ ଏହି ପାଣ୍ଠି ଖର୍ଚ୍ଚ ହେବା ସମୟରେ ସଦସ୍ୟଙ୍କୁ ଜଣାଯାଉନଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ଜିଲ୍ଲା ପରିଷଦ ସଦସ୍ୟଙ୍କ ମାଧ୍ୟମରେ କିଛି ଅର୍ଥକୁ ଅଞ୍ଚଳର ବିକାଶ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିବା ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଓ କହିଛନ୍ତି । ଏହି ବୈଠକରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ, ଜୟପୁର ଓ କୋରାପୁଟ ବିଧାୟକଙ୍କ ସମେତ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.