କୋରାପୁଟ: ଥରିଲା କୋରାପୁଟ । କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଅଞ୍ଚଳ ସମେତ ମାଲକାନଗିରିର ଗୋବିନ୍ଦପାଲି, ମାଥିଲି ଓ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।
ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲାରେ ଦିନ ପ୍ରାୟ 11ଟା ବେଳେ କେନ୍ଦ୍ରୀଭୂତ ହୋଇଥିବା ଏହି ଭୂକମ୍ପ 1 ରୁ 2 ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଲୋକେ ସେମାନଙ୍କ ଘରର ଆସବାବପତ୍ର ଦୋହୋଲିବା ଓ କିଛି କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କହିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ କିଛି ସୂଚନା ପ୍ରଦାନ କରାଯାଇନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ