କୋରାପୁଟ: କୋରାପୁଟର ପ୍ରକୃତି,ପରିବେଶ, ମାଟି ଓ ଜଳବାୟୁର ସ୍ବତନ୍ତ୍ରତା ରହିଛି । ଜିଲ୍ଲାରେ କୃଷି ଉତ୍ପାଦନକୁ ଦ୍ବିଗୁଣିତ ବୃଦ୍ଧି କରି ଚାଷୀଙ୍କ ଅର୍ଥନୈତିକ ସ୍ଥିତିର କିଭଳି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସେଥିନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି କୃଷି ଉତ୍ପାଦନ କମିଶନର ତଥା ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ।
ଶୁକ୍ରବାର କୋରାପୁଟ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ପ୍ରଥମେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୀଳନି ଗୃହରେ ସମୀକ୍ଷା କରିଥିଲେ । କୃଷି,ଉଦ୍ୟାନ କୃଷି, ହସ୍ତ ତନ୍ତ,ବୟନ ଶିଳ୍ପ, କୁଟୀର ଶିଳ୍ପ,ମତ୍ସ ସମ୍ପଦ, ଟସର ଶିଳ୍ପ, କଫି, ମିଲେଟ ମିଶନ, ଜଳ ଛାୟା ପ୍ରକଳ୍ପ, କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରେ କ୍ଷେତ୍ର ପରିଦର୍ଶନ କରିବା ଗସ୍ତ କରି ଜିଲ୍ଲାରେ ଆଳୁ , ମିଲେଟ ଏବଂ ଅଣ ଧାନ ଚାଷ କିପରି ବୃଦ୍ଧି ପାଇପାରିବ ସେ ନେଇ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ