ETV Bharat / state

କୁକୁର ପାଲଟିଛି ମାର୍ଗଦର୍ଶକ, ପର୍ଯ୍ୟଟକଙ୍କୁ ବତାଉଛି ବାଟ - କୋରାପୁଟ କୁକୁର ନ୍ୟୁଜ

କୋରାପୁଟ ନିକଟସ୍ଥ ରାଜୁଗୁଡ଼ାରେ ଥିବା ସପ୍ତଗିରି କଫି ବଗିଚାରେ ବୃନୋ ନାମକ ଏହି କୁକୁର ବର୍ତ୍ତମାନ ଚର୍ଚ୍ଚାରେ । ମାର୍ଗଦର୍ଶକ ସାଜିଛି ଏହି କୁକୁର । ଅଧିକ ପଢନ୍ତୁ

କୁକୁର ପାଲଟିଛି ମାର୍ଗଦର୍ଶକ, ପର୍ଯ୍ୟଟକଙ୍କୁ ବତାଉଛି ବାଟ

author img

By

Published : Jun 8, 2022, 10:00 PM IST

Updated : Jun 8, 2022, 10:07 PM IST

କୋରାପୁଟ: କୁକୁର ଓ ମଣିଷ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ଅନେକ ଉଦାହରଣ ରହିଛି । କେଉଁଠି କୁକୁର ତାର ମାଲିକ ପାଇଁ ସର୍ପ ଦଂଶନ ଖାଇ ପ୍ରାଣତ୍ୟାଗ କରିଛି ତ ଆଉ କେଉଁଠି ମଣିଷର ନିର୍ଦ୍ଦେଶ ମାନି ଅନେକ କାର୍ଯ୍ୟ ସମ୍ପାଦିତ କରିଛି । ଠିକ୍ ସେହିପରି କୋରାପୁଟ ନିକଟସ୍ଥ ରାଜୁଗୁଡ଼ାରେ ଥିବା ସପ୍ତଗିରି କଫି ବଗିଚାରେ ବୃନୋ ନାମକ ଏହି କୁକୁର ବର୍ତ୍ତମାନ ଚର୍ଚ୍ଚାରେ ।

କୁକୁର ପାଲଟିଛି ମାର୍ଗଦର୍ଶକ, ପର୍ଯ୍ୟଟକଙ୍କୁ ବତାଉଛି ବାଟ

ଏକର ଏକର ବ୍ୟାପି କଫି ବଗିଚାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଓ କଫି ବଗିଚାର ମାଲିକ ସୁଶାନ୍ତ ପଣ୍ଡାଙ୍କ ବନ୍ଧୁ ମିତ୍ର ରୀତିମତ ଆସିଥାନ୍ତି । କିନ୍ତୁ କଫି ବଗିଚାର ସୌନ୍ଦର୍ଯ୍ୟ ଓ ବିଭବକୁ ପଛରେ ପକାଇ ବଗିଚା ଓ ଘର ଭିତରେ ଘୁରି ବୁଲୁଥିବା ଏକ କୁକୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି କୁକୁରର ନାଁ ବୃନୋ ଓ ଦୁଇ ବର୍ଷ ହେବ ତାଙ୍କ ପରିବାରକୁ ଆସିଥିବା ସୁଶାନ୍ତଙ୍କ ପୁଅ ସୁଭଞ୍ଜନ ପଣ୍ଡା ଜଣାଇଛନ୍ତି । ବୃନୋ ଏକ ଶାନ୍ତଶିଷ୍ଟ କୁକୁର ହେବାସହ ବୁଦ୍ଧିମାନ ମଧ୍ୟ ।

କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଥମେ ନିଜ ଧାରାରେ ପରୀକ୍ଷା ନିରୀକ୍ଷା କରିସାରିବା ପରେ ତାଙ୍କୁ ସେ କଫି ବଗିଚାକୁ ବୁଲାଇ ନେଇଯାଏ ବୋଲି ସୁଭଞ୍ଜନ ଜଣାଇଛନ୍ତି । ବଗିଚାର ଅନ୍ଦି କନ୍ଦି ସହ ପରିଚିତ ବୃନୋ ପର୍ଯ୍ୟଟକଙ୍କୁ ଏକ ତାଲିମପ୍ରାପ୍ତ ପଥ ପ୍ରଦର୍ଶକ ଭଳି ନେଇଯାଇଥାଏ । ପର୍ଯ୍ୟଟକ ଅଟକି ଗଲେ ଆଗରେ ଯାଉଥିବା ବୃନୋ ମଧ୍ୟ ଅଟକି ଯାଇ ପର୍ଯ୍ୟଟକଙ୍କ ପାଖକୁ ଫେରି ଆସେ ଓ ପୁଣିଥରେ ତାଙ୍କୁ ଆଗକୁ ଯିବାରେ ମାର୍ଗ ଦର୍ଶନ କରିଥାଏ ।

ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ବନ୍ୟ ସମ୍ପଦ ବିଭାଗରେ ଅଧ୍ୟୟନ କରୁଥିବା ଚନ୍ଦନ ବିଷୋୟୀ କଫି, ସିଲଭର ଓକ, ଅଳେଇଚ, ଗୋଲମରିଚର ଏକ ସମନ୍ୱିତ ବଗିଚାକୁ ଦେଖିବାକୁ ଆସି ବୃନୋର ଏହି ବିଶେଷ ସେବା ଦେଖି ଅଭିଭୂତ ହୋଇ ଉଠିଥିବା ଜଣାଇଛନ୍ତି । କୁକୁରଙ୍କୁ ଦେଖିଲେ ଭୟ କରୁଥିବା ଚନ୍ଦନଙ୍କ ପାଇଁ ବୃନୋ ସହିତ ବଗିଚା ବୁଲିବା ଏକ ଅଭୁଲା ଅନୁଭୂତି ଦେଇଛି । ବୃନୋ କୁକୁର ମାତ୍ର ନୁହେଁ ବରଂ ପରିବାରର ଏକ ସକ୍ରିୟ ସଦସ୍ୟ ହୋଇ ସାରିଥିବା ସୁଭଞନ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jun 8, 2022, 10:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.