କୋରାପୁଟ: ଚିକିତ୍ସାରେ ଅବହେଳାକୁ କେନ୍ଦ୍ରକରି ମେଡିକାଲରେ ଉତ୍ତେଜନା । ଅବହେଳାର ଶୀକାର ହୋଇଥିବା ରୋଗୀଙ୍କ ସମ୍ପକୀୟ ୱାର୍ଡ ଭିତରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ମାଡି ମାରିଥିବା ଅଭିଯୋଗ । ଏ ଘଟଣା ହେଉଛି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର।
ଗତକାଲି ରାତିରେ ରୋଗୀ ସମ୍ପର୍କୀୟ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଦୁଇଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିବା ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ହରେକୃଷ୍ଣ ଦଳେଇ ଜଣାଇଛନ୍ତି ।
କାର୍ଯ୍ୟରତ ଡାକ୍ତର ଦେବବ୍ରତ ସାମଲଙ୍କ କହିବାନୁଯାୟୀ, ଗତ ଦୁଇଦିନ ଧରି ଚିକିତ୍ସିତ ହେଉଥିବା ଜଣେ ଚାରି ବର୍ଷର ଶିଶୁ ସ୍ମିତ ବାଘ ଦେହରୁ ଜ୍ୱର କମୁନଥିଲା । ଯାହାକୁ ନେଇ ଗତକାଲି ରାତିରେ ୱାର୍ଡରେ ତାଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରିଥିଲେ । ଗଣ୍ଡଗୋଳର କାରଣ ବୁଝିବା ପାଇଁ ଯାଇଥିବା ବେଳେ ଗଣ୍ଡଗୋଳକାରୀ ଯୁବକ ମାନେ ତାଙ୍କୁ ଧସ୍ତାଧସ୍ତି କରି ମୁହଁରେ ମାଡ ମାରିଥିଲେ ।