ETV Bharat / state

ଆସୁଛି ଟଙ୍କା, ପଡିରହିଛି ପ୍ରକଳ୍ପ କାମ - ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ର ସମୀକ୍ଷା ବୈଠକ

କୋରାପୁଟ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଗଠିତ ହୋଇଛି । କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ସମସ୍ତ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯେଉଁଥିପାଇଁ ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Sep 13, 2019, 11:32 PM IST

କୋରାପୁଟ: ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ଗତ ତିନି ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୨୬ କୋଟି ଟଙ୍କା ଵ୍ୟୟରେ ୮୪୪ ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଈଁ ୨୬ ଟି କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ୬୪ କୋଟି ଟଙ୍କା ବ୍ୟୟରେ ୫୨୬ ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ବଳକା ୬୨ କୋଟି ଟଙ୍କାକୁ ଖର୍ଚ୍ଚ କରି ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବା ୩୧୮ ଟି ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲାର ୧୯୪ଟି ଖଣି ପ୍ରଭାବିତ ଗ୍ରାମରେ ଏ ପର୍ଯ୍ୟନ୍ତ ଏହି ପାଣ୍ଠିରୁ ଶିକ୍ଷା ,ସ୍ବାସ୍ଥ୍ୟ ଓ ଯୋଗାଯୋଗର ଉନ୍ନତି ପାଇଁ ଖର୍ଚ୍ଚ କରାଯାଉଛି । ଆଗାମୀ ଦିନରେ ଗ୍ରାମବାସୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବନ ଜୀବିକା ର ସୁଯୋଗ ସୃଷ୍ଟି କରିବାରେ ଖର୍ଚ୍ଚ କରାଯିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଜାତୀୟ ରାଜପଥର ତୁରନ୍ତ ମରାମତି କରିବା ପାଈଁ ଏକ କର୍ପସ ପାଣ୍ଠିର ସୃଷ୍ଟି କରିବା ସହିତ ଲେମନ ଗ୍ରାସ ଭଳି ଅର୍ଥକାରୀ ଫସଲର ଉଚିତ ବଜାର ସୃଷ୍ଟି କରିବା ପାଇଁ ଏହି ପାଣ୍ଠିର ବିନିଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ରୁ ଗତ ତିନି ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୨୬ କୋଟି ଟଙ୍କା ଵ୍ୟୟରେ ୮୪୪ ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଈଁ ୨୬ ଟି କାର୍ଯ୍ୟନିର୍ବାହୀ ସଂସ୍ଥା କୁ ଦାୟିତ୍ୱ ଦିଆଯାଇଥିଲେହେଁ ଏପର୍ଯ୍ୟନ୍ତ ୬୪ କୋଟି ଟଙ୍କା ବ୍ୟୟରେ ୫୨୬ ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ ହୋଇଛି । ତେବେ ବଳକା ୬୨ କୋଟି ଟଙ୍କା କୁ ଖର୍ଚ କରି ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ୩୧୮ ଟି ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । Body:କୋରାପୁଟ ଜିଲ୍ଲାର ୧୯୪ଟି ଖଣି ପ୍ରଭାବିତ ଗ୍ରାମରେ ଏ ପର୍ଯ୍ୟନ୍ତ ଏହି ପାଣ୍ଠିରୁ ଶିକ୍ଷା ,ସ୍ୱାସ୍ଥ୍ୟ ଓ ଯୋଗାଯୋଗ ର ଉନ୍ନତି ପାଈଁ ଖର୍ଚ କରାଯାଉଥିବା ବେଳେ ଆସନ୍ତା ଦିନରେ ଗ୍ରାମବାସୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବନ ଜୀବିକା ର ସୁଯୋଗ ସୃଷ୍ଟି କରିବାରେ ଖର୍ଚ କରାଯିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ର ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।Conclusion:ବିଶେଷ କରି ଜାତୀୟ ରାଜପଥର ତୁରନ୍ତ ମରାମତି କରିବା ପାଈଁ ଏକ କର୍ପସ ପାଣ୍ଠିର ସୃଷ୍ଟି କରିବା ସହିତ ଲେମନ ଗ୍ରାସ ଭଳି ଅର୍ଥକାରୀ ଫସଲର ଉଚିତ ବଜାର ସୃଷ୍ଟି କରିବା ପାଇଁ ଏହି ପାଣ୍ଠିର ବିନିଯୋଗ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
........
Edited story is attached
Byte : Madhusudan Mishra District collector Koraput
............
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.