ETV Bharat / state

ଧାନ କମିଟି ବୈଠକ, ମିଲରଙ୍କ କଟନୀ ଛଟନୀକୁ ନେଇ ଜୟପୁର ବିଧାୟକଙ୍କ ଅସନ୍ତୋଷ

କୋରାପୁଟରେ ଜିଲ୍ଲା ସ୍ତରୀୟ ଧାନ କମିଟି ବୈଠକରେ ମିଲରଙ୍କ କଟନୀ ଛଟନୀକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଜୟପୁର ବିଧାୟକ । ଅଧିକ ପଢନ୍ତୁ

author img

By

Published : May 4, 2023, 12:26 PM IST

ଧାନ କମିଟି ବୈଠକ
ଧାନ କମିଟି ବୈଠକ
ଧାନ କମିଟି ବୈଠକ

କୋରାପୁଟ: ଜିଲ୍ଲା ସ୍ତରୀୟ ଧାନ କମିଟି ବୈଠକ ସ୍ଥାନୀୟ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାର ଚାଷ କାର୍ଯ୍ୟ କରାଯାଉଛି । ଚାଷୀମାନେ କିପରି ଅଧିକରୁ ଅଧିକ ପରିମାଣରେ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଏହାସହ ଧାନ ସଂଗ୍ରହ ବେଳେ ଯେପରି କୌଣସି ଅସୁବିଧା ହେବନାହିଁ ସେ ନେଇ ଏକ ସମୀକ୍ଷା କରାଯାଇଥିଲା ।

ସୁରୁଖୁରୁରେ ଧାନ ସଂଗ୍ରହ ଏବଂ ବିଗତ ସପ୍ତାହରେ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଜନିତ ଚାଷର କ୍ଷୟକ୍ଷତିକୁ ପ୍ରାଧାନ୍ୟ ଦେବା ପାଇଁ ଦାବି ହୋଇଥିଲା । ଚାଷୀକୂଳ ଯେପରି କ୍ଷତିରେ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେଇ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଖରିଫ ଋତୁରେ ଜ଼ିଲ୍ଲାକୁ 24174.626 ମେଟ୍ରିକ ଟନ ଧାନ କିଣା ଯିବା ପାଇଁ ଟାର୍ଗେଟ ଦିଆଯାଇଥିଲା । ସେଥି ମଧ୍ୟରୁ 244445.046 ମେଟ୍ରିକ ଟନ ଧାନ କିଣା ଯାଇଥିଲା । ଏହି ଧାନ କିଣାରେ 95 ମିଲରମାନେ ଯୋଗ ଦେଇଥିଲେ ।

ରବି ଋତୁରେ ଜ଼ିଲ୍ଲା ସମୁଦାୟ 21365 ଜଣ ଚାଷୀ ପଞ୍ଜିକରଣ କରିଥିଲେ । ମିଲରମାନଙ୍କ ମନମୁଖି କଟନୀ ଛଟନୀକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଦଲାଲ ମୁକ୍ତ ହେବା ସହିତ ଚାଷୀଙ୍କୁ ଚାଷର ଉଚିତ ମୂଲ୍ୟ ଯୋଗାଇ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ କୋରାପୁଟ ଜ଼ିଲ୍ଲାପାଳ ଅବଦୁଲ ଏମ ଅଖତର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ଜ଼ିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, କୋରାପୁଟ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ କୋରାପୁଟ ଉପ ଜ଼ିଲ୍ଲାପାଳ, ଜୟପୁର ଉପ ଜ଼ିଲ୍ଲାପାଳ, ଅନ୍ୟାନ ବିଭାଗୀୟ ଅଧିକାରୀଙ୍କ ସମେତ ଜ଼ିଲ୍ଲାର ଅନେକ ଚାଷୀ ଉପସ୍ଥିତ ଥିଲେ ।

ତେବେ ବୈଠକରେ ଏକାଧିକ ଅଧିକାରୀ ସାମିଲ ନହେବାକୁ ନେଇ ସେ ଅସନ୍ତୋଷ ପ୍ରକାଶ ତାରା । ବୈଠକରେ ଅନେକ ଅଧିକାରୀ ଯୋଗ ଦେଉନାହାନ୍ତି । ଏଭଳି ହେବ ଜିଲ୍ଲାର କାର୍ଯ୍ୟ ହେବ କେମିତି । ଆସନ୍ତା ଦିନରେ ସବୁ କିଛି ଠିକ ଭାବେ କରିବା ପାଇଁ ଚେଷ୍ଟା କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.