ETV Bharat / state

କଂଗ୍ରେସ ଦଳ ଛାଡିବାକୁ ଧମକ ଦେଲେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି - District congress President Meenakshi Bahinipati

କୋରାପୁଟ କଂଗ୍ରେସରେ ତେଜିଲା ଦଳୀୟ କନ୍ଦଳ । ଏହାକୁ ନେଇ ଇସ୍ତଫା ଧମକ ଦେଇଛନ୍ତି ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି । ଅଧିକ ପଢନ୍ତୁ...

District congress President of koraput Meenakshi Bahinipati threaten to leave the Congress party

author img

By

Published : Aug 18, 2021, 10:51 PM IST

କୋରାପୁଟ : ଜିଲ୍ଲା କଂଗ୍ରେସରେ ତେଜିଲା ଦଳୀୟ କନ୍ଦଳ । କଂଗ୍ରେସ ଦଳ ଛାଡିବାକୁ ଧମକ ଦେଲେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କୁ ସାଂସଦ ସପ୍ତଗିରି ଉଲାକାଙ୍କ ସାଥିରେ ମଞ୍ଚରେ ବସାଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହା ଦ୍ୱାରା ଦଳରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ମିନାକ୍ଷୀ ବାହିନୀପତି ଏବଂ ଦଳରୁ ଇସ୍ତଫା ଦେବାର ଧମକ ଦେଇଛନ୍ତି ।

କଂଗ୍ରେସ ଦଳ ଛାଡିବାକୁ ଧମକ ଦେଲେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି

କୋରାପୁଟ ସାଂସଦ ସପ୍ତଗିରି ଉଲାକା ସଂସଦରେ ନିଜ ରିପୋର୍ଟ କାର୍ଡର ବିବରଣୀ ଦେଇଛନ୍ତି । ଏହା ସହ ଆସନ୍ତା 20 ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ କୋରାପୁଟ ଗସ୍ତ କରୁଛନ୍ତି । କୌଣସି କାର୍ଯ୍ୟକ୍ରମରେ କୋରପୁଟ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ସାଂସଦଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏ ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପନ କରି ଥିବା ଦାବି ଗୁଡିକ ଉପରେ ଆସନ୍ତା ତିନି ମାସ ମଧ୍ୟରେ ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ ସେ ମୁଣ୍ଡରେ କଳାପଟି ପିନ୍ଧି ସଂସଦକୁ ଯିବେ ବୋଲି ଜଣାଇଥିଲେ । ତେବେ ସାମ୍ବାଦିକ ସମ୍ମିଳନୀ ସରିବା ପରେ ପରେ ମିନାକ୍ଷୀ ବାହିନୀପତିଙ୍କ ବିସ୍ଫୋରକ ବୟାନ ଏହି ବୈଠକର ମୋଡ଼କୁ ଅନ୍ୟ ଏକ ଦିଗ ଦେଇଥିଲା । ଉଲାକା ମିନାକ୍ଷୀ ବାହିନୀପତିଙ୍କ ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।

ସୂଚନାଥାଉକି କୋରାପୁଟ ଜିଲ୍ଲା କଂଗ୍ରେସରେ ଦିନକୁ ଦିନ ଦଳୀୟ ବିଶୃଙ୍ଖଳା ତେଜିବାରେ ଲାଗିଛି । ନିକଟରେ କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମାରେ କୋରାପୁଟ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନାକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି ଘୋର ଆପତ୍ତି ପ୍ରକାଶ କରିଥିଲେ । ଦଳୀୟ କର୍ମୀଙ୍କୁ କୌଣସି ନିମନ୍ତ୍ରଣ ନ କରି ନିର୍ବାଚନ ମଣ୍ଡଳୀରେ ସାଂସଦ ଗସ୍ତ କରୁଛନ୍ତି ବୋଲି ତାରା ଅଭିଯୋଗ କରିଥିଲେ । ଏହା ପରେ କୋରାପୁଟ ସାଂସଦ ଓ ଜୟପୁର ବିଧାୟକ ମଧ୍ୟରେ ରାଜନୈତିକ ବିବାଦ ବଢିଥିଲା। ନିକଟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଜୟପୁରରେ ଏକ ଘର କରି ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ କରିଯିବ ବୋଲି କହିଥିଲେ ।

ଆଜିର ବୈଠକରେ କୋରାପୁଟ ଜିଲ୍ଲାର ସମସ୍ତ କଂଗ୍ରେସର ସଦସ୍ୟ ଯୋଗ ଦେଇଥିଲେ ମଧ୍ୟ ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି ଯୋଗ ଦେଇନଥିଲେ । ଯାହା ଦଳୀୟ କନ୍ଦଳକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରୁଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.