ETV Bharat / state

ଦିଶା ବୈଠକରେ କୋରାପୁଟ ବାଇପାସ ତାତି - ଦିଶା ବୈଠକ

କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଇଁ ପ୍ରସ୍ତାବିତ ବାଇପାସ ରାସ୍ତା ତିଆରିରେ ରେଳବାଇ କର୍ତ୍ତୃପକ୍ଷ ଅସହଯୋଗ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଦିଶା ବୈଠକରେ କୋରାପୁଟ ବାଇପାସ ତାତି
ଦିଶା ବୈଠକରେ କୋରାପୁଟ ବାଇପାସ ତାତି
author img

By

Published : Nov 17, 2020, 9:12 AM IST

କୋରାପୁଟ: ଗତ କିଛି ମାସ ପୂର୍ବେ ରେଳବାଇ କଲୋନୀ ନିକଟରେ ପ୍ରସ୍ତାବିତ ବାଇପାସକୁ ରେଳବାଇ କଲୋନୀ ବାସିନ୍ଦା ଓ କର୍ମଚାରୀ ସଂଘ ବିରୋଧ କରୁଛନ୍ତି । ଏନେଇ ରେଳବାଇ କର୍ତ୍ତୃପକ୍ଷ କହିବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲୋନୀ ଠାରୁ ଦୂରରେ ଆଉ ଏକ ବାଟ ଦେଖାଇଦିଆଯାଇଥିଲା। କିନ୍ତୁ ସୋମବାର ଜିଲ୍ଲା ବିକାଶ ବୈଠକ, ଦିଶାରେ ଯୋଗ ଦେଇଥିବା ବରିଷ୍ଠ ରେଳ କର୍ମଚାରୀ ପୁଣିଥରେ ଅମଙ୍ଗ ହେବା ଯୋଗୁଁ ସଭାର ସଭାପତିତ୍ବ କରୁଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ କୋରାପୁଟ ଓ ଲକ୍ଷ୍ମୀପୁର ବିଧାୟକ ଏବଂ ଜିଲ୍ଲାପାଳ ମଧୁସୂଦନ ମିଶ୍ର ରେଳବାଇ କର୍ତ୍ତୃପକ୍ଷଙ୍କ ଏପରି ଟାଳଟୁଳ ନୀତିକୁ ତୀବ୍ର ଭାବେ ନାପସନ୍ଦ କରିଥିଲେ।

ଦିଶା ବୈଠକରେ କୋରାପୁଟ ବାଇପାସ ତାତି

ତେଣୁ ଆସନ୍ତା 27ରେ ପୁଣିଥରେ ରେଳବାଇ, ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀଙ୍କ ଉପସ୍ଥିତିରେ ପୁନର୍ବାର ଜାଗା ମପାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏତଦ ବ୍ୟତୀତ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ସ୍ଥିତି, ଟେଲିକମ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସାଂସଦ ଶ୍ରୀ ଉଲାକାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ଏବଂ ନବରଙ୍ଗପୁର ସାଂସଦ ରମେଶ ମାଝୀ ମଧ୍ୟ ଯୋଗଦେଇ ନିଜ ମନ୍ତବ୍ୟ ଉପସ୍ଥାପନ କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.