ETV Bharat / state

ଆସନ୍ତା ୧୧ରୁ ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁ ଗଣନା - ଶିଶୁ ଗଣନା

ଆସନ୍ତା 11ରୁ ଜିଲ୍ଲାରେ ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁ ଗଣନା । 0 ରୁ ୬ବର୍ଷ ମଧ୍ୟରେ ଥିବା ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ଗଣନା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆସନ୍ତା ୧୧ରୁ ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁ ଗଣନା

author img

By

Published : Jul 31, 2021, 10:16 AM IST

କୋରାପୁଟ: ଆସନ୍ତା 11 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁ ଗଣନା । 0 ରୁ ୬ ବର୍ଷ ମଧ୍ୟରେ ଥିବା ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ଗଣନା ଆରମ୍ଭ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ଜଣାଇଛନ୍ତି । ଏନେଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ଏହି ସର୍ଭେ ପ୍ରକ୍ରିୟା ଓ ଦିବ୍ୟାଙ୍ଗ ଚିହ୍ନଟ କରିବାର ଧାରା ସମ୍ପର୍କରେ ବୁଝାଇ ଦିଆଯାଇଛି ।

ଆସନ୍ତା ୧୧ରୁ ଆରମ୍ଭ ହେବ ଦିବ୍ୟାଙ୍ଗ ଶିଶୁ ଗଣନା

ଏହି ମାଷ୍ଟର ଟ୍ରେନରମାନେ ନିଜ ନିଜ ବ୍ଲକରେ ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦେବେ । ଏହି ପ୍ରକ୍ରିୟାରେ ସମୁଦାୟ 21 ପ୍ରକାରର ଦିବ୍ୟାଙ୍ଗ ଶିଶୁଙ୍କ ଗଣନା ଜିଲ୍ଲାରେ ଥିବା 3200ଟି ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ କରାଯିବ । ଏହା ଅଗଷ୍ଟ ମାସ 25 ତାରିଖରେ ସମାପ୍ତ ହେବ ବୋଲି ସୂଚନା ମିଳିଛି ।

କୋରାପୁଟରୁ ସିଏଚ. ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.