କୋରାପୁଟ: ଆଜି ପବିତ୍ର ମହାଶିବ ରାତ୍ରି । ଏଥପାଇଁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରଠାରୁ ଆରମ୍ଭକରି ଗାଁ ଗଣ୍ଡାର ଶିବ ମନ୍ଦିରରେ ଭକ୍ତ ମହା ଆନନ୍ଦଉଲ୍ଲାଶର ସହିତ ମହାଶିବରାତ୍ରି ପାଳନ କରୁଛନ୍ତି । ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ମହାଦେବଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ଆଜିର ଦିନରେ ଆଶିଷ ପାଇଛନ୍ତି ।
ସେପଟେ କୋରାପୁଟରେ ଥିବା ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ଥିବା ଶିଵ ମନ୍ଦିର, ପୂଜାରିପୁଟସ୍ଥିତ ଶିବ ମନ୍ଦିର, ହକି ପଡ଼ିଆ ନିକଟରେ ଥିବା ଶିଵ ମନ୍ଦିର, ପିଏଚଡି କଲୋନୀ ନିକଟସ୍ଥ ରାଉଳ ଶିବ ମନ୍ଦିର, କଳାନିକେତନ ଆଖଣ୍ଡଳମଣି ମନ୍ଦିର ଆଦିରେ ଭକ୍ତଙ୍କ ଭୀଷଣ ଭିଡ଼ ପରିଲକ୍ଷିତ କରାଯାଇଛି । ତା ସହିତ ପରଜାପଣ୍ଡି, ଏକଡେଲି ଓ ଆମ୍ବିଳି ଆମ୍ବଗୁଡା ଭଳି ଗ୍ରାମାଞ୍ଚଳରେ ଥିବା ଶୈବପୀଠ ଗୁଡିକରେ ମଧ୍ୟ ଆଶାତୀତ ଭାବେ ଭକ୍ତଙ୍କ ସମାବେଶ ହୋଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ