ETV Bharat / state

ସୀମାନ୍ତରେ ଆଦିବାସୀ, ବିକାଶ ଠାରୁ ବହୁ ଦୂରରେ: ରାମଗୋପାଲ

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ରହୁଥିବା ଆଦିବାସୀ ବିକାଶ ଠାରୁ ବହୁତ ଦୂରରେ ରହିଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ଭାରତୀୟ ଆଦିବାସୀ ସାମୁଖ୍ୟର ସଭାପତି ରାମଗୋପାଲ ମତବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ସୀମାନ୍ତରେ ଆଦିବାସୀ, ବିକାଶ ଠାରୁ ବହୁ ଦୂରରେ: ରାମଗୋପାଲ
ସୀମାନ୍ତରେ ଆଦିବାସୀ, ବିକାଶ ଠାରୁ ବହୁ ଦୂରରେ: ରାମଗୋପାଲ
author img

By

Published : Sep 6, 2021, 9:02 PM IST

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ରହୁଥିବା ଆଦିବାସୀ ବିକାଶ ଠାରୁ ବହୁତ ଦୂରରେ ରହିଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ଭାରତୀୟ ଆଦିବାସୀ ସାମୁଖ୍ୟର ସଭାପତି ରାମଗୋପାଲ ମତବ୍ୟକ୍ତ କରିଛନ୍ତି । ଆଜି(ସୋମବାର) ସାମୁଖ୍ୟର କିଛି ସଦସ୍ୟଙ୍କ ସହିତ କୋରାପୁଟସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନରେ ଆସିଥିବା ସମୟରେ ରାମଗୋପାଲ ଏହି ମତ ରଖିଛନ୍ତି ।

ସୀମାନ୍ତରେ ଆଦିବାସୀ, ବିକାଶ ଠାରୁ ବହୁ ଦୂରରେ: ରାମଗୋପାଲ

ଆଦିବାସୀଙ୍କ ବାସ୍ତବ ସମସ୍ୟାକୁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମେତ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ସୀମାର ଦୁଇ ପାଖରେ ଥିବା ଆଦିବାସୀଙ୍କ ସରକାରୀ ମାନ୍ୟତାକୁ ନେଇ ଦ୍ଵନ୍ଦ ରହିଥିବା ଯୋଗୁଁ ସେମାନେ ନିଜର ପ୍ରକୃତ ଆଦିବାସୀ ପରିଚୟକୁ ନେଇ ସନ୍ଦିହାନ ହୋଇଉଠୁଥିବା ସେ ଅଭିଯୋଗ କରିଛନ୍ତି । କୋଟିଆ ଠାରୁ ବୋରା ଓ ଅନ୍ୟ ଦିଗରେ ନାରାୟଣପାଟଣା ଓ ବନ୍ଧୁଗାଁ ପର୍ଯ୍ୟନ୍ତ ଲମ୍ବିଯାଇଥିବା ଦୁଇ ରାଜ୍ୟର ସୀମାରେ କିଛି କିଛି ସ୍ଥାନରେ ଥିବା ସୀମା ବିବାଦ ସମ୍ପର୍କରେ ଆଜି ସେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଗଦାଧର ପରିଡାଙ୍କଙ୍କ ପାଖରେ ଥିବା ବ୍ରିଟିଶ ଶାସନ ସମୟର କିଛି ମାନଚିତ୍ରର ଅଧ୍ୟାୟନ କରିଥିବା ସେ ଜଣାଇଛନ୍ତି । ପାଇଥିବା ତଥ୍ୟକୁ ଆଧାର କରି ଆରାକୁର ସାଂସଦ ତଥା ସାଲୁରର ବିଧାୟକଙ୍କ ସହିତ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ବଜାୟ ରଖିବା ଦିଗରେ ଆଲୋଚନା କରିବେ ବୋଲି ରାମଗୋପାଲ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.