ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଦରକାର ସରକାରୀ ସହାୟତା

ପଦ୍ମଶ୍ରୀ ଉପାଧିରେ ଭୂଷିତ କମଳା ପୂଜାରୀ ଆଜି ନିଜ ଗାଁ ପାତ୍ରପୁଟକୁ ଫେରିଛନ୍ତି । ତାଙ୍କର ଏହି ଫେରିବା ବାଟରେ କୋରାପୁଟ ଠାରେ ତାଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି ।

author img

By

Published : Mar 17, 2019, 8:22 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ପଦ୍ମଶ୍ରୀ ଉପାଧିରେ ଭୂଷିତ କମଳା ପୂଜାରୀ ଆଜି ନିଜ ଗାଁ ପାତ୍ରପୁଟକୁ ଫେରିଛନ୍ତି । ତାଙ୍କର ଏହି ଫେରିବା ବାଟରେ କୋରାପୁଟ ଠାରେ ତାଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗ୍ରାମ ପାତ୍ରପୁଟ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷବାସ କରି ଚର୍ଚ୍ଚାକୁ ଆସିଥିଲେ। ଅନ୍ୟପଟେ ଜୟପୁରସ୍ଥିତ ସ୍ବାମୀନାଥନ ଫାଉଣ୍ଡେସନର ସକ୍ରିୟ ସହଯୋଗରେ ୩ଶହରୁ ଊର୍ଦ୍ଧ୍ୱ ପାରମ୍ପରିକ ଧାନକୁ ସଂରକ୍ଷଣ କରିବା ପାଇଁ ସୁଯୋଗ ମିଳିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ସଂସ୍ଥାର ସହଯୋଗରେ ୨୦୦୨ ମସିହାରେ ଜୋହେନ୍ସ ବର୍ଗରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ତାଙ୍କ ଅନୁଭୂତିକୁ ବାଣ୍ଟିଥିଲେ । ତାଙ୍କର ଏହି ଅନନ୍ୟ ପ୍ରତିଭାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି । ତେବେ ନିଜ ପେଟ ଚାଖଣ୍ଡକ ପାଇଁ ଓ ପରିବାର ବର୍ଗର ଭରଣ ପୋଷଣ ପାଇଁ ଏ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ତାଙ୍କ ପାଇଁ କୌଣସି ମାସିକ ଭତ୍ତା ଦେବାର ଯୋଜନା କାର୍ଯ୍ୟକାରୀ କରାଯାଇନଥିବା ସମସ୍ତଙ୍କୁ ଚିନ୍ତିତ କରିଛି ।

ଆଜି ଯେତେବେଳେ ପଦ୍ମଶ୍ରୀ କମଳା ପୂଜାରୀ ଦିଲ୍ଲୀରୁ ଫେରିଛନ୍ତି ସେ ସରକାରଙ୍କ ଠାରୁ ନିଜ ଜୀବନ ଜୀବିକା ପାଇଁ ସହଯୋଗ ରାଶି ବା ଯୋଜନା ଭିକ୍ଷା କରିନାହାଁନ୍ତି। ତେବେ ଯେଉଁ ଧାନ ସଂରକ୍ଷଣ ପାଇଁ ତାଙ୍କୁ ଆଜି ଏତେ ବଡ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି, ସେହି କାର୍ଯ୍ୟ ଆଗକୁ ନେବା ପାଇଁ ସେ ସରକାରୀ ସହଯୋଗ ଆବଶ୍ୟକ କରିଛନ୍ତି । ଧାନ ସାଇତି ରଖିବା ପାଇଁ ଘରଟିଏ ଓ ସେ କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ସରକାରୀ ସହଯୋଗର ହାତ ମାଗିଛନ୍ତି କମଳା।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.