ETV Bharat / state

ବର୍ଷକରେ ତିନି ଲକ୍ଷରୁ ଅଧିକ ଲୋକେ ପିଇଲେ 'କୋରାପୁଟ କଫି' - koraput coffee anniversary

ବର୍ଷକ ମଧ୍ୟରେ ଦେଶର ବିଭିନ୍ନ ବଜାରରେ 1800 କିଲୋ କଫି ଗୁଣ୍ଡ ବିକ୍ରି ହୋଇଥିବା କୋରାପୁଟସ୍ଥିତ କଫି ବୋର୍ଡର କ୍ଷେତ୍ର ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।

ବର୍ଷକରେ ତିନି ଲକ୍ଷରୁ ଅଧିକ ଲୋକେ ପିଇଲେ 'କୋରାପୁଟ କଫି'

author img

By

Published : Sep 10, 2020, 10:06 PM IST

କୋରାପୁଟ: ଆସନ୍ତାକାଲି 'କୋରାପୁଟ କଫି' ଆରମ୍ଭକୁ ପୁରିବ ଗୋଟିଏ ବର୍ଷ । ଗତ ବର୍ଷ ଏହି ଦିନରେ ଟିଡିସିସି, ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ହୋଇଥିବା କଫିକୁ ଉନ୍ନତମାନର ପ୍ଲାଣ୍ଟରେ ଗୁଣ୍ଡ କରି କୋରାପୁଟ କଫି ଭାବେ ବିଶ୍ବ ବଜାରକୁ ଛଡା ଯାଇଥିଲା ।

ବର୍ଷକରେ ତିନି ଲକ୍ଷରୁ ଅଧିକ ଲୋକେ ପିଇଲେ 'କୋରାପୁଟ କଫି'

ବର୍ଷକ ମଧ୍ୟରେ ଦେଶର ବିଭିନ୍ନ ବଜାରରେ 1800 କିଲୋ କଫି ଗୁଣ୍ଡ ବିକ୍ରି ହୋଇଥିବା କୋରାପୁଟସ୍ଥିତ କଫି ବୋର୍ଡର କ୍ଷେତ୍ର ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି । ଏହାକୁ ଯଦି କଫି କପ୍ ରେ ମପା ଯାଏ, ତେବେ ପ୍ରାୟ 3 ଲକ୍ଷ 60 ହଜାର କଫି ଲୋକେ ସେବନ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ବର୍ତ୍ତମାନ ଆହୁରି ଉନ୍ନତ ମାନର ଯନ୍ତ୍ରପାତି ଓ କୌଶଳକୁ ଆଧାର କରି କୋରାପୁଟ କଫିର ମାନ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଗୁରୁବାର ଭୁବନେଶ୍ବରରୁ କୋରାପୁଟ ବୁଲିବାକୁ ଆସିଥିବା ପର୍ଯ୍ୟଟକ ହଠାତ କୋରାପୁଟ କଫି ପିଇବା ପରେ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ତେବେ ଏହାର ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ଥିବା ପର୍ଯ୍ୟଟକମାନେ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.