ETV Bharat / state

ବିଧାୟକ ଦବଙ୍ଗଗିରି ଘଟଣା ପ୍ରତିବାଦ: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ଦବଙ୍ଗଗିରି ଘଟଣା

ସରକାରୀ କର୍ମଚାରୀଙ୍କ ପ୍ରତି ଅତ୍ୟାଚାର ଅଗଣତାନ୍ତ୍ରିକ ଓ ନିନ୍ଦନୀୟ ବୋଲି ଓଡିଶା କନିଷ୍ଠ ଯନ୍ତ୍ରୀ ସଂଘର କୋରାପୁଟ ଶାଖା ମତବ୍ୟକ୍ତ କରିଛି । ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଓ ତାଙ୍କ ଦ୍ୱାରା ଦଣ୍ଡ ଦେବା ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 11, 2019, 11:32 PM IST

କୋରାପୁଟ: ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣାକୁ ନେଇ ଚାରିଆଡେ ଜନ ଅସନ୍ତୋଷ ତେଜୁଛି । ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡ ବିଧାନ କରିବା ଘଟଣା ପ୍ରତିବାଦରେ ଓଡିଶା କନିଷ୍ଠ ଯନ୍ତ୍ରୀ କୋରାପୁଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେହିପରି କୁନ୍ଦୁରା ବ୍ଲକରେ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦ୍ୱାରା ସେଠାକାର କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାରକୁ ମଧ୍ୟ ସଂଘ ନିନ୍ଦା କରିଛି । ରାଜନୈତିକ ନେତୃବର୍ଗଙ୍କ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପ୍ରତି ବୃଦ୍ଧି ପାଉଥବା ଅସଦାଚରଣ ଘଟଣାକୁ ନେଇ ବରିଷ୍ଠ କଂଗ୍ରସ ନେତା ନିମାଇଁ ସରକାର ଦୁଃଖ ପ୍ରକାଶ କରିଛନ୍ତି ।

ରାଜନୈତିକ ନେତା ମାନେ ଯେମିତି ଜନତାର ସେବା କରିବାକୁ ଆସିଛନ୍ତି ସରକାରୀ କର୍ମଚାରୀ ମଧ୍ୟ ଅନୁରୂପ ଭାବେ ସେବା କରିବା ପାଇଁ ନିୟୋଜିତ ହୋଇଛନ୍ତି । ତେଣୁ ସେମାନଙ୍କୁ ଦୁଃର୍ବ୍ୟବହାର ଅଗଣତାନ୍ତ୍ରିକ ବୋଲି ମତପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ରାଇରଙ୍ଗପୁର : ଖାଦ୍ୟ ରେ ପୋକ ବାହାରିବାରୁ ଆହାର କେନ୍ଦ୍ର ରେ ଉତ୍ତେଜନା। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଆହାର କେନ୍ଦ୍ରରେ। ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଆହାର କେନ୍ଦ୍ର ରେ ଲୋକମାନେ ଭାତ ଡାଲମା ଖାଉଥିଲେ । ତେବେ ଭାତ ଖାଉଥିବା ସମୟରେ ଜଣେ ବ୍ୟକ୍ତି ଙ୍କ ଭାତ ରେ ଗୋଟିଏ ନାଲି କେଣ୍ଡୁରି ପୋକ ବାହାରିଥିଲା। ଏହା ଦେଖି ବ୍ୟକ୍ତି ଜଣକ ଆହାର କେନ୍ଦ୍ର ର କର୍ମଚାରୀ ଓ ମେନେଜର ଙ୍କୁ ଏ ବିଷୟରେ ଜଣାଇଥିଲେ। ତେବେ ମେନେଜର ଜଣକ ଭାତ ଡାଲମା କୁ ଫିଙ୍ଗିବାକୁ କହି ଅନ୍ୟ ଏକ ଥାଳି ଭାତ ଦେବେ ବୋଲି କହିଥିଲେ। କିନ୍ତୁ ଖାଇବା ପଦାର୍ଥ ରେ ପୋକଜୋକ ବାହାରିବାରୁ ବ୍ୟକ୍ତି ଜଣକ ପୁନର୍ବାର ଖାଇବା ପାଇଁ ମନା କରିଦେଇ ଥିଲେ। ତାଙ୍କୁ ଦେଖି ଅନ୍ୟ ଲୋକମାନେ ମଧ୍ୟ ସେ ଖାଦ୍ୟ କୁ ଖାଇ ନ ଥିଲେ। ଆହାର କେନ୍ଦ୍ର କର୍ମଚାରୀ ମାନଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ କୁ ନେଇ ସେଠାରେ ଖାଉଥିବା ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବାରମ୍ବାର ନିମ୍ନ ମାନର ଖାଦ୍ୟ ସହିତ ପୋକଜୋକ ମିଶା ଖାଦ୍ୟ ଦେଉଥିବା ଓ ସଫାସୁତୁରା କରୁନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। କିଛି ସମୟ ପାଇଁ ଆହାର କେନ୍ଦ୍ର ବନ୍ଦ କରିଦେଇଥିଲେ ଉତ୍ୟକ୍ତ ଲୋକେ। ତେବେ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଆହାର କେନ୍ଦ୍ର କୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ।
ବାଇଟ୧- ତରଣୀ ମହାନ୍ତ, ସ୍ଥାନୀୟ ଲୋକ।
ବାଇଟ୨- ଜଗନ୍ନାଥ ରାଉତ, ସ୍ଥାନୀୟ ବାସିନ୍ଦା।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.