ETV Bharat / state

କ୍ରସର ୟୁନିଟରେ ଟଙ୍କା ଆଦାୟ ନେଇ ଗୁଳିକାଣ୍ଡ - crusher unit firing case in koraput

ଏହି ଗୁଳିକାଣ୍ଡରେ ପଥର କ୍ରସର ୟୁନିଟର ମାଲିକ ଆହତ ହୋଇଥିବା ଜଣାପଡିଛି । କୋରାପୁଟ ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲିପଣ୍ଡି ଗ୍ରାମରେ ଥିବା ଏକ ପଥର କ୍ରସର ୟୁନିଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି ।

କ୍ରସର ୟୁନିଟରେ ଗୁଳିକାଣ୍ଡ
author img

By

Published : Nov 7, 2019, 10:56 AM IST

କୋରାପୁଟ: ପଥର କ୍ରସର ୟୁନିଟରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ପଥର କ୍ରସର ୟୁନିଟର ମାଲିକ ଆହତ ହୋଇଥିବା ଜଣାପଡିଛି । କୋରାପୁଟ ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲିପଣ୍ଡି ଗ୍ରାମରେ ଥିବା ଏକ ପଥର କ୍ରସର ୟୁନିଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି ।

କ୍ରସର ୟୁନିଟରେ ଗୁଳିକାଣ୍ଡ

ମିଳିଥିବା ପୋଲିସ ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ନକଲି ମାଓବାଦୀ କ୍ରସରର ମାଲିକଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଆସିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା ।

ଗୁଳିକାଣ୍ଡରେ ଆହତ କ୍ରସର ମାଲିକଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ପୋଲିସ ସନ୍ଦେହରେ ଅଟକ ରଖିଥିବା ବେଳେ ଅନ୍ୟ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି । ଏହି ଦଳ ଆଗରୁ ମଧ୍ୟ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ କ୍ରସର ମାଲିକଙ୍କ ଠାରୁ ଅର୍ଥ ନେଇଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲିପଣ୍ଡି ଗ୍ରାମରେ ଥିବା ଏକ ପଥର କ୍ରଶର ୟୁନିଟ ରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟିଚି ।Body:ପୋଲିସ ର ସୂଚନା ଅନୁଯାୟୀ ଗତକାଲି ରାତିରେ କିଛି ନକଲି ମାଓବାଦୀ ଙ୍କ ଦ୍ୱାରା କ୍ରଶରର ମାଲିକ ଙ୍କଠାରୁ ଟଙ୍କା ଆଦାୟ କରିବାକୁ ଆସିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆହତ କ୍ରଶର ମାଲିକଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣା ହସ୍ପିଟାଲ କୁ ସ୍ଥାନାନ୍ତର କରିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ପୋଲିସ ସନ୍ଦେହରେ ଅଟକ ରଖିଥିବା ବେଳେ ଅନ୍ୟ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି ।Conclusion:ଏହି ଦଳ ଆଗରୁ ମଧ୍ୟ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ କ୍ରଶର ମାଲିକଙ୍କ ଠାରୁ ଅର୍ଥ ନେଇଥିବା ଜଣାପଡିଛି ।
.......
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.