ETV Bharat / state

କୋରାପୁଟରେ ବଢିଛି କୋରୋନା ପରୀକ୍ଷଣ, କମିଛି ପଜିଟିଭ ହାର

author img

By

Published : Aug 17, 2020, 9:20 PM IST

ରାଜ୍ୟରେ କୋରୋନା ଭୁତାଣୁ ମାଡି ଚାଲିଛି । ଏପଟେ ରାଜ୍ୟ ସରକାର ସଂକ୍ରମଣରେ ଚେକ୍ ଦେବାକୁ ପରୀକ୍ଷଣ ଉପରେ ଫୋକସ ଦେଉଛନ୍ତି । ତେବେ ପରୀକ୍ଷଣ ଓ ସଂକ୍ରମଣ ସଂଖ୍ୟା ମଧ୍ୟରେ ଅନୁପାତରେ ଢେର ଫରକ୍ ଦେଖିବାକୁ ମିଳୁଛି ।

covid infection rate decreased in koraput
କୋରାପୁଟରେ ବଢିଛି କୋରୋନା ପରୀକ୍ଷଣ, କମିଛି ପଜିଟିଭ୍ ହାର

କୋରାପୁଟ: ରାଜ୍ୟରେ କୋରୋନା ଭୁତାଣୁ ମାଡି ଚାଲିଛି । ଏପଟେ ରାଜ୍ୟ ସରକାର ସଂକ୍ରମଣରେ ଚେକ୍ ଦେବାକୁ ପରୀକ୍ଷଣ ଉପରେ ଫୋକସ ଦେଉଛନ୍ତି । ତେବେ, ଯେତେ ସଂଖ୍ୟାରେ ଟେଷ୍ଟିଂ ବୃଦ୍ଧି ହେବ, ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ମାତ୍ର କୋରାପୁଟ ଜିଲ୍ଲାରେ ଏହି ଚିତ୍ରରେ ପରିବର୍ତ୍ତନ ଦେଖାଦେଇଛି । ଅର୍ଥାତ 6 ଗୁଣା ପରୀକ୍ଷଣ ବୃଦ୍ଧି କରାଯାଇଥିଲେ ମଧ୍ୟ ସଂକ୍ରମଣ ସଂଖ୍ୟା କିନ୍ତୁ ମାତ୍ର ଦୁଇରୁ ଅଢେଇ ଗୁଣା ରହୁଛି । ଅର୍ଥ ପ୍ରତି 1800 କୋରୋନା ପରୀକ୍ଷଣରେ 100ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯେତେବେଳେ କି ପୂର୍ବରୁ ଏହାର ଅନୁପାତ ଅଧିକ ରହୁଥିଲା ।

ଗତ ମେ ମାସରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦିନକୁ ମାତ୍ର 6ଟି ସ୍ବାବ ନମୁନା ପରୀକ୍ଷଣ କରାଯାଉଥିଲା ମାତ୍ର ବର୍ତ୍ତମାନ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା ବଢାଯାଇ ଦିନକୁ 2400 ପରୀକ୍ଷଣ କରାଯାଉଛି । ଚଳିତ ମାସ ପ୍ରାରମ୍ଭରୁ ଟେଷ୍ଟିଂ ବଢାଯାଇଥିବା ବେଳେ ଗତ 10 ତାରିଖରେ 1100 ନମୁନା ଟେଷ୍ଟିଂ ହୋଇଥିଲା । ଜିଲ୍ଲାରେ ପ୍ରାୟ 20 ହଜାର ଆଣ୍ଟିଜେନ ପରୀକ୍ଷଣ କରାଯାଇଛି । ଏହାସହ ପରୀକ୍ଷଣର ରିପୋର୍ଟ 24 ଘଣ୍ଟା ଭିତରେ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି । କୋଭିଡ ହସ୍ପିଟାଲ ସମେତ ଜୟପୁର ଓ କୋରାପୁଟରେ କୋଭିଡ କେୟାର ସେଣ୍ଟର ସ୍ଥାପନା କରାଯାଇ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଥିବା ବେଳେ ବିନା ଲକ୍ଷଣ ଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି ।ପରୀକ୍ଷଣ ପାଇଁ ଜିଲ୍ଲାର ପ୍ରତି ସିଏଚସିରେ ଗୋଟାଏ 5 ଜଣିଆ ଦଳ ଗଠନ କରି ଗାଁ ଗାଁ ବୁଲି ପରୀକ୍ଷା ଆରମ୍ଭ କରାଯାଇଛି । ପ୍ରଥମେ କୋରୋନା ଲକ୍ଷଣ ଥିବା ଲୋକ, ଗର୍ଭବତୀ, ବୃଦ୍ଧ, ଶିଶୁଙ୍କୁ ପରୀକ୍ଷଣ କରାଯାଉଥିଲା ମାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲାରେ ଆଣ୍ଟିଜେନ ପରୀକ୍ଷଣ ବୃଦ୍ଧି କରାଗଲା । ଏହାସହ ଜିଲ୍ଲାରେ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିର କୋରୋନା ପରୀକ୍ଷା କରାଯିବ ଓ ଏଥିପାଇଁ ଷ୍ଟାଫ୍ ନର୍ସ, ସୁପରଭାଇଜର, ଅଙ୍ଗନବାଡି ଦିଦିଙ୍କୁ କୋରୋନା ଟେଷ୍ଟିଂ ଟ୍ରେନିଂ ଦିଆଯାଇଛି । ଏଥିରେ ପ୍ରାୟ ଜିଲ୍ଲାରେ ସମସ୍ତଙ୍କର ପରୀକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ ବିଡିଓ, ସରପଞ୍ଚ ଆଦି ମଧ୍ୟ ସାହାଯ୍ୟ କରୁଛନ୍ତି । କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.