ETV Bharat / state

ପୌର ଫାଇଟ: କଂଗ୍ରେସ ଜିତିଲେ କୋରାପୁଟ ପୌରପରିଷଦରେ କମିବ ଦୁର୍ନୀତି କହିଲେ ତାରା

author img

By

Published : Mar 6, 2022, 7:57 PM IST

ପୌରପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ ଆଣିବା ଓ କାର୍ଯ୍ୟ ଯୋଗାଇବା ନେଇ ବ୍ୟାପକ ଦୁର୍ନୀତି ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: କଂଗ୍ରେସ ଜିତିଲେ କୋରାପୁଟ ପୌରପରିଷଦରେ ଦୁର୍ନୀତି କମିବ କହିଲେ ତାରା

କୋରାପୁଟ: ପୌରପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ ଆଣିବା ଓ କାର୍ଯ୍ୟ ଯୋଗାଇବା ନେଇ ବ୍ୟାପକ ଦୁର୍ନୀତି ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କୋରାପୁଟ ପୌରପରିଷଦରେ ବର୍ତ୍ତମାନ ୨୫ରୁ ୩୦ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହୋଇଛି ।

ତେବେ କୋରାପୁଟ ପୌରପରିଷଦରେ କଂଗ୍ରେସ ବିଜୟୀ ହେଲେ ଦୁର୍ନୀତି ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କୋରାପୁଟ ପୌର ପରିଷଦରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କାଉନସିଲର ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି । କଂଗ୍ରେସର ପୌର ଅଧ୍ୟକ୍ଷ ପ୍ରାର୍ଥୀ ଦେବାନନ୍ଦ ବେହେରା ରବିବାର ନାମାଙ୍କନ ଦାଖଲ କରିଛନ୍ତି ।

ଆସନ୍ତାକାଲି(ସୋମବାର) ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ । ବିଜେଡି ପକ୍ଷରୁ କୋରାପୁଟ ପାଇଁ ଲଲାଟ ରଞ୍ଜନ ସେଠୀ, ଜୟପୁର ପାଇଁ ସୂର୍ଯ୍ୟନାରାୟଣ ରଥ, କୋଟପାଡ଼ ପାଇଁ ନରେନ୍ଦ୍ର କୁମାର ସ୍ବାଇଁ ଓ ସୁନାବେଡ଼ା ପାଇଁ ଅମିତ୍ ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି । ତେବେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । ଏହାକୁ ନେଇ ବର୍ତ୍ତମାନ ବିଜେପି ଆଶାୟୀଙ୍କ ମନରେ ନିଜ ପ୍ରାର୍ଥୀତ୍ବକୁ ନେଇ ଦ୍ଵନ୍ଦ୍ବ ବଢ଼ିବାରେ ଲାଗିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.