ETV Bharat / state

କାଜୁ ଜଙ୍ଗଲକୁ ନେଇ ବିବାଦ, ଦୁଇଭାଗ ହେଲା ଗାଁ - cashew forest

କୋରାପୁଟ ପୌରାଞ୍ଚଳରେ ଥିବା ଚିନ୍ଦିରି ଗାଁର ଉପର ସାହି ଓ ତଳସାହି ମଧ୍ୟରେ କାଜୁବାଡ଼କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦୁଇଭାଗ ହେଲା ଗାଁ ।

କାଜୁ ଜଙ୍ଗଲକୁ ନେଇ ବିବାଦ
କାଜୁ ଜଙ୍ଗଲକୁ ନେଇ ବିବାଦ
author img

By

Published : Feb 1, 2021, 10:58 PM IST

କୋରାପୁଟ: ଗାଁ ଗୋଟିଏ ହେଲେ ସାହି ଦୁଇଟି । କାଜୁବାଡ଼କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦୁଇଭାଗ ହେଲା ଗାଁ । କାଜୁ ବାଡ ଉପରେ ଅଧିକାରକୁ ନେଇ ଆରମ୍ଭ ହେଲା ଝଗଡା। କିନ୍ତୁ ଏବେ ଘର ଭଙ୍ଗା ପର୍ଯ୍ୟନ୍ତ ତିକ୍ତତା ବ୍ୟାପି ମାମଲା ଯାଇ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ ନିକଟରେ ।

କାଜୁ ଜଙ୍ଗଲକୁ ନେଇ ବିବାଦ

କୋରାପୁଟ ପୌରାଞ୍ଚଳରେ ଥିବା ଚିନ୍ଦିରି ଗାଁର ଉପର ସାହି ଓ ତଳସାହି ମଧ୍ୟରେ ଗତ କିଛିଦିନ ପୂର୍ବେ ଏକ କାଜୁବାଡ଼କୁ ନେଇ ବିବାଦ ଦେଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଉପର ସାହିର ଲୋକେ ତଳ ସାହିର ଏକ ଘରକୁ ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିବା ଅଭିଯୋଗ କରି ତଳସାହିର ଆବାଳ ବୃଦ୍ଧବନିତା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ।

ଗ୍ରାମବାସୀଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କର ସମାଧାନ କରା ନଗଲେ ପରିସ୍ଥିତି ଆହୁରି ବିଷମ ହେବ ବୋଲି ଅଭିଯୋଗକାରୀ ଚେତାବନୀ ଶୁଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.