ETV Bharat / state

ବର୍ଷକର ଦରମା ଦାବିରେ ବିଏସଏନଏଲ ଅଫିସ ସାମନାରେ ବିକ୍ଷୋଭ - bsnl office koraput

ବର୍ଷକର ଦରମା ଦାବିରେ କୋରାପୁଟ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ବିଏସଏନଏଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ 260 ଜଣ ଠିକା କର୍ମଚାରୀ ଗତ ଏକ ବର୍ଷ ଧରି ସେମାନଙ୍କ ନିଜ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

contract-employee-protest-in-front-of-bsnl-office-in-koraput-for-demanding-of-last-one-year-salary
ବର୍ଷକର ଦରମା ଦାବିରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
author img

By

Published : Jun 24, 2020, 5:08 PM IST

କୋରାପୁଟ: ବର୍ଷକ ଦରମା ଦାବିରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । କୋରାପୁଟ ଜିଲ୍ଲାରେ ବିଏସଏନଏଲରେ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ଗତ ଏକବର୍ଷର ଦରମା ପାଇନଥିବା ଅଭିଯୋଗ କରିଛନ୍ତି ।

ବର୍ଷକର ଦରମା ଦାବିରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କୋରାପୁଟ ଜିଲ୍ଲାରେ ଥିବା ବିଏସଏନଏଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ 260 ଜଣ ଠିକା କର୍ମଚାରୀ ଗତ ଏକ ବର୍ଷ ଧରି ସେମାନଙ୍କ ନ୍ୟାର୍ଯ୍ୟ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ବୁଧବାର ଏଆଇସିଟିୟୁ କୋରାପୁଟ ଜିଲ୍ଲା ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ ନେତୃତ୍ବରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ଜଣାଇଛନ୍ତି । କର୍ମଚାରୀମାନେ ବାରମ୍ବାର ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଉଥିଲେ ବି କୌଣସି ସୁଫଳ ମିଳୁନାହିଁ । କିନ୍ତୁ ସେମାନଙ୍କ ଦାବି ପ୍ରତି ସରକାର ଅଣଦେଖା କରି ଅନ୍ୟମାନଙ୍କୁ ନିଯୁକ୍ତି ଦେବା କିମ୍ବା ସଂସ୍ଥାକୁ ବେସରକାରୀ କରିବାର ଚକ୍ରାନ୍ତ କଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଏଆଇସିଟିୟୁ ଜିଲ୍ଲା ସମ୍ଫାଦକ କହିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.