ETV Bharat / state

ଜୈବ ବିବିଧତାର ସଂରକ୍ଷଣ ଦେବ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା - rally for biodiversity in Koratput

କୋରାପୁଟ ଜିଲ୍ଲାରେ ଜୈବ ବିବିଧତା ସାଧାରଣ ଜୀବନ ଧାରାକୁ ସୁନ୍ଦର କରି ଗଢି ତୋଳି ରଖିଛି । ଏହାର ସୁରକ୍ଷା ଓ ସଂରକ୍ଷଣ କରାନଗଲେ ଭବିଷ୍ୟତରେ ଭୂସ୍ବର୍ଗ କୁହାଯାଉଥିବା ଏହି ଅଞ୍ଚଳ ମଧ୍ୟ ଜୀବନଧାରଣ ପାଇଁ ଅସ୍ୱାସ୍ଥ୍ୟକର ହୋଇଉଠିବାର ସମ୍ଭାବନା ରହିଛି ବୋଲି ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ବିଶିଷ୍ଟ ପରିବେଶବିତ ମିହିର ଜେନା କହିଛନ୍ତି । ଅଧିକ ପଢନ୍ତୁ

ଜୈବ ବିବିଧତାର ସଂରକ୍ଷଣ ଦେବ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା

author img

By

Published : Oct 10, 2022, 10:34 PM IST

କୋରାପୁଟ: କୋରାପୁଟ ଜିଲ୍ଲାରେ ଜୈବ ବିବିଧତା ସାଧାରଣ ଜୀବନ ଧାରାକୁ ସୁନ୍ଦର କରି ଗଢି ତୋଳି ରଖିଛି । ଏହାର ସୁରକ୍ଷା ଓ ସଂରକ୍ଷଣ କରାନଗଲେ ଭବିଷ୍ୟତରେ ଭୂସ୍ବର୍ଗ କୁହାଯାଉଥିବା ଏହି ଅଞ୍ଚଳ ମଧ୍ୟ ଜୀବନଧାରଣ ପାଇଁ ଅସ୍ୱାସ୍ଥ୍ୟକର ହୋଇଉଠିବାର ସମ୍ଭାବନା ରହିଛି ବୋଲି ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ବିଶିଷ୍ଟ ପରିବେଶବିତ ମିହିର ଜେନା କହିଛନ୍ତି ।

ଜୈବ ବିବିଧତାର ସଂରକ୍ଷଣ ଦେବ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା

ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ମନୁଷ୍ୟର ସ୍ୱାସ୍ଥ୍ୟ ସହ ପ୍ରକୃତିର ସ୍ଥିତି କୁ ସଂଯୋଗ କରି ବିଶ୍ବବ୍ୟାପୀ ଆଲୋଚନା କରାଯିବା ଏକ ସକାରାତ୍ମକ ପଦକ୍ଷେପ ବୋଲି କହିବା ସହ କୋରାପୁଟ ଅଞ୍ଚଳରେ ଅନେକ ସ୍ଥାନରେ ଜୈବ ବିବିଧତା ନଷ୍ଟ ହୋଇଯାଇଥିଲେ ମଧ୍ୟ ଦେଓମାଳି, ଗୁପ୍ତେଶ୍ୱର , ମାଛକୁଣ୍ଡ ଭଳି କିଛି କିଛି ସ୍ଥାନରେ ଏପର୍ଯ୍ୟନ୍ତ ବଞ୍ଚିଥିବା ଜୈବ ବିବିଧତାକୁ ସଂରକ୍ଷଣ କରାଯିବାର ଆବଶ୍ୟକ ରହିଛି ବୋଲି ଡ. ମିହିର ଜେନା ସୂଚନା ଦେଇଛନ୍ତି ।

କୋରାପୁଟର ବଣ ଜଙ୍ଗଲ ବିଭିନ୍ନ ପ୍ରକାରର ପକ୍ଷୀ , କୀଟ ପତଙ୍ଗଙ୍କୁ ଆକୃଷ୍ଟ କରି କୋରାପୁଟ ଜିଲ୍ଲାକୁ ଜୈବ ବିବିଧତାର ଏକ ଉତକୃଷ୍ଟ ଅଞ୍ଚଳ ଭାବେ ସୁନାମ ଆଣିଦେଇଛି । ମାନସିକ ସ୍ଵାସ୍ଥ୍ୟକୁ ପକ୍ଷୀଙ୍କ ଉପସ୍ଥିତି ପ୍ରଭାବିତ କରୁଥିବା ଯୋଗୁଁ କୋରାପୁଟ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ବଣ ଜଙ୍ଗଲ ସହ ପଶୁ ପକ୍ଷୀଙ୍କ ଉପସ୍ଥିତିକୁ ସହାୟକ ହେଉଥିବା ପରିବେଶକୁ ସୃଷ୍ଟି କରିବା ଓ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ଏକତା ସ୍ଵେଚ୍ଛାସବୀ ସଂଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ମତ ରଖିଛନ୍ତି ।

କୋଭିଡ ବ୍ୟାପିବା ପରେ ସମସ୍ତେ ଊଣା ଅଧିକ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଦ୍ଵାରା ପ୍ରଭାବିତ ହୋଇଥିଲେ ହେଁ ସେଥିପ୍ରତି ସଚେତନତା ନଥିବା ଯୋଗୁଁ ଏବେ ବି ମାନସିକ ସ୍ୱାସ୍ଥ୍ୟ କେବଳ ମାନସିକ ଅନଗ୍ରସର ବ୍ୟକ୍ତି ଓ ଶିଶୁଙ୍କ ସହ ସଂପର୍କିତ ବୋଲି ଲୋକଙ୍କ ଧାରଣା ରହିଛି । ଏକତା ସଂଗଠନ ଦ୍ଵାରା ନିଜ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଦ୍ଵାରା ଗାଁ ଗହଳିରେ ଏଯାବତ 1100ରୁ ଊର୍ଦ୍ଧ୍ବ ମାନସିକ ଅନଗ୍ରସର ଶିଶୁଙ୍କୁ ଚିକିତ୍ସା କରି ସାଧାରଣ ଜୀବନ ସ୍ରୋତରେ ସାମିଲ କରାଯାଇଛି । ମାନସିକ ଅନଗ୍ରସର ପିଲାଙ୍କୁ ସାଥୀ ଦେବା ସହ ବିଭିନ୍ନ ସ୍ବତନ୍ତ୍ର କ୍ରୀଡା ଓ ବ୍ୟାୟାମ ମାଧ୍ୟମରେ ସେମାନଙ୍କ ନିଃସଂଗତାକୁ ଦୂର କରାଇ ମାନସିକ ଏକାଗ୍ରତା ବୃଦ୍ଧି କରିବାର ପ୍ରଚେଷ୍ଟା କରାଯାଉଛି ।

ତେବେ ଶିଶୁଙ୍କ ସହିତ ସେମାନଙ୍କ ପରିବାର ଓ ସମାଜର ସମସ୍ତ ଲୋକେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହୋଇପାରିଲେ ଏକ ସୁସ୍ଥ ବିଶ୍ୱ ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହେବ । ତେଣୁ ଏହି ସଚେତନତା ସୃଷ୍ଟି କରିବା ପାଇଁ ଏକତା ସଂଗଠନ ଆନୁକୁଲ୍ୟରେ ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ପଞ୍ଚାୟତରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।

ଇଟିଭି ଭାରତ, କୋରାପୁଟ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.