କୋରାପୁଟ: ଆତ୍ମସମର୍ପଣ ପରେ ମାଓବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ । ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନ୍ତର୍ଗତ ଓଡିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ଦିଆଯାଇଛି ଏହି ଆର୍ଥିକ ସହାୟତା । ତେବେ ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇନାହିଁ ।
ଆତ୍ମସମର୍ପଣ କରିଥିବା ଦୁଇଜଣ ଏସିଏମ୍ କ୍ୟାଡର ପୂର୍ବତନ ନକ୍ସଲ ରାମ ମାଡକାମି ଏବଂ ତୁଲସୀ ହୁଲାକା ବୋଲି ଜଣାପଡିଛି । ଏମାନେ ପୂର୍ବରୁ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନ୍ତର୍ଗତ ଓଡିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ କୋରାପୁଟ ପୋଲିସ ତରଫରୁ ଆର୍ଥିକ ସହାୟତା ଦିଆଯାଇଛି ।
ଏନେଇ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପାଲି ଟ୍ଵିଟ କରି ସୂଚନା ଦେଇଛନ୍ତି । କିନ୍ତୁ ଏ ସମ୍ପର୍କରେ ସବିଶେଷ ବିବରଣୀ ପୋଲିସ ସୂତ୍ରରୁ ପ୍ରକାଶ କରାଯାଇନାହିଁ ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ