କୋରାପୁଟ: ହୋଲି ଖେଳରେ ସହର ଉତ୍ସବ ମୁଖର ଥିବା ବେଳେ ଜୟପୁର ସ୍ଥିତ କେନାଲ ନିକଟରେ ଦେଖା ଦେଇଛି ଗୋଷ୍ଠୀ କନ୍ଦଳ । କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଯାହା ଜାତୀୟ ରାଜପଥ ପାଖରେ ଥିବା ଶ୍ରମ ବିଭାଗ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଉଗ୍ର ରୂପ ନେଇଛି ।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିର କାଚ ଭାଙ୍ଗିବାକୁ ପଛାଇ ନଥିଲେ । ଏଥିସହ ଘଟଣାସ୍ଥଳରେ ଥିବା ପୋଲିସଙ୍କ ସମେତ ସାମ୍ବାଦିକମାନଙ୍କ ଉପରକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ପଥର ଫିଙ୍ଗିଥିବା ଜଣା ପଡିଛି ।
ତେବେ ପରିସ୍ଥିତିକୁ ବର୍ତ୍ତମାନ ପୋଲିସ ଆୟତ୍ତ କରିବା ସହ ଆଗକୁ ଯେପରି କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ