କୋରାପୁଟ: ମଙ୍ଗଳବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅନ୍ତର୍ଗତ ପୂଜାରିପୁଟ ନିକଟରେ ଏକ ଆଟୋ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର ଓ ଅଟୋ ପାତାଳ ନଦୀରେ ବୁଡି ଯାଇଥିଲା । ଅଟୋରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପହଁରି ନିଜ ଜୀବନକୁ ବଞ୍ଚାଇଥିଲେ । ତେବେ କାରରେ ଥିବା ଜଣେ ଯୁବତୀଙ୍କ ମୃତ ଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
ଅଟୋରେ ଥିବା ସମସ୍ତ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ଆଜି କୋରାପୁଟ ଓଡ୍ରାଫ ଟିମ ଆଉ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ କାର ଓ ପରେ ଆଟୋ ଗାଡିକୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରିଚୟ ପତ୍ରକୁ ଅନୁଧ୍ୟାନ କରିବା ପରେ କାରରେ ରହିଥିବା ମୃତ ଯୁବତୀଙ୍କ ନାମ ପ୍ରତୀକ୍ଷା ଶର୍ମା ଓ ସେ ଉତ୍ତରପ୍ରଦେଶର ମୁରାଦାବାଦର ଆଇଡିବିଆଇ ବ୍ୟାଙ୍କରେ ଶାଖା ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି ।
ଏସମ୍ପର୍କରେ ପ୍ରଶାସନ ପକ୍ଷରୁରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ କାରରେ କେତେ ଜଣ ରହିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଓ ନନ୍ଦପୁର ତହସିଲଦାର ନରସିଂହ ଗାଦବା ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପାତାଳି ନଦୀରେ ନିଖଜ ଅନ୍ୟମାନଙ୍କୁ କୋରାପୁଟ ଓଡ୍ରାଫ ଟିମ ଓ ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ