ETV Bharat / state

ଶୀତଳଭଣ୍ଡାର ଥାଇ ବି ଚାଷୀ ହନ୍ତସନ୍ତ

ଶୀତଳଭଣ୍ଡାର ପାଇ ଚାଷୀ ଖୁସି ହେବା ପରିବର୍ତ୍ତେ ଚିନ୍ତାରେ। କାରଣ ଶୀତଳଭଣ୍ଡାରକୁ ପାହାଡ଼ ଉପରେ ସ୍ଥାପନା କରାଯାଇଥିବା ଯୋଗୁଁ ରାସ୍ତାକଡ଼ରୁ ସେଠାକୁ ନେବା ଓ ପୁଣିଥରେ ସମୟ ଦେଖି ବିକ୍ରି ପାଇଁ ଓହ୍ଲାଇ ଆଣିବାରେ ଚାଷୀ ତୁଚ୍ଛାରେ ଖର୍ଚ୍ଚାନ୍ତ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ କୁନ୍ଦୁଲିରେ।

author img

By

Published : Jul 26, 2019, 1:16 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଦକ୍ଷିଣ ଓଡ଼ିଶାର ସର୍ବବୃହତ ପରିବା ବଜାର କୁନ୍ଦୁଲିରେ ଅନେକ ଦିନର ଅପେକ୍ଷା ପରେ ଚାଷୀଙ୍କ ପାଇଁ ଶେଷରେ ୟୁଏନଡିପିର ସହାୟତାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନା କରାଗଲା ଏକ ରେଡିମେଡ ଶୀତଳଭଣ୍ଡାର । ଆଶାଥିଲା ଏହା ଚାଷୀଙ୍କ ସେବାରେ ଲାଗିବ ଓ ଚାଷୀ ତାର ଉତ୍ପାଦକୁ କମ ଦାମ୍ ରେ ବିକ୍ରି ନକରି ନିଜ ଇଚ୍ଛାମୁତାବକ ଉପଯୁକ୍ତ ସମୟ କୁ ଅପେକ୍ଷା କରି ଉଚିତ ମୂଲ୍ୟ ପାଇପାରିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କିନ୍ତୁ ଆରମ୍ଭ ହେବା ଦିନଠାରୁ ଚାଷୀ ଏହି ଶୀତଳଭଣ୍ଡାରରେ ପରିବା ରଖିବା ପାଇଁ ଅନିଚ୍ଛା ପ୍ରକାଶ କରିବା ଯୋଗୁଁ ଏହାର ସ୍ଥାୟିତ୍ବକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି । ଚାଷୀଙ୍କ କହିବାନୁଯାୟୀ, ଏହି ଶୀତଳ ଭଣ୍ଡାରକୁ ପାହାଡ଼ ଉପରେ ସ୍ଥାପନା କରାଯାଇଥିବା ଯୋଗୁଁ ରାସ୍ତାକଡ଼ରୁ ସେଠାକୁ ନେବା ଓ ପୁଣିଥରେ ସମୟ ଦେଖି ବିକ୍ରି ପାଇଁ ଓହ୍ଲାଇ ଆଣିବାରେ ଚାଷୀ ତୁଚ୍ଛାରେ ଖର୍ଚ୍ଚାନ୍ତ ହେଉଛି । ଅନ୍ତତଃ କୁଲି ପିଛା ୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସେତେ ଦୂରରେ ପରିବା ନରଖି ଏଣେତେଣେ ପ୍ରକାରେ ଯେତିକି ଦର ମିଳିଲେ ସେତିକିରେ ବିକି ଘରକୁ ଫେରିଯିବା ଭଲ ମଣୁଛନ୍ତି ।

ଶୀତଳଭଣ୍ଡାରର ସ୍ଥାପନା କରିବା ପୂର୍ବରୁ ଚାଷୀ ଓ ବ୍ୟବସାୟୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମତକୁ ସମ୍ମାନ ଜଣାଇ ଥିଲେ ଏପରି ସମସ୍ୟା ଦେଖାଯାଇନଥାନ୍ତା ବୋଲି ଚାଷୀ ଜଣାଇଛନ୍ତି ।

ତେବେ ଚାଷୀଙ୍କ ମଧ୍ୟରେ ଗତ ବହୁବର୍ଷ ଧରି ଶୀତଳଭଣ୍ଡାରରେ ପରିବା ରଖି ବ୍ୟବସାୟ କରିବାର ଅଭ୍ୟାସ ନଥିବା ଯୋଗୁଁ ଏହାର ଉପାଦେୟତା ସମ୍ପର୍କରେ ଅବଗତ ହୋଇନାହାଁନ୍ତି । ତେଣୁ ଏ ସଂକ୍ରାନ୍ତରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ଡିଆରଡିଏ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ମହେଶ୍ବର ନାୟକ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଦକ୍ଷିଣ ଓଡ଼ିଶାର ସର୍ବବୃହତ ପରିବା ବଜାର କୁନ୍ଦୁଲି ରେ ଅନେକ ଦିନର ଅପେକ୍ଷା ପରେ ଚାଷୀଙ୍କ ପାଇଁ ଶେଷରେ ୟୁଏନଡିପି ର ସହାୟତାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନା କରାଗଲା ଏକ ରେଡିମେଡ ଶିତଳଭଣ୍ଡାର ।Body:ଆଶାଥିଲା ଏହା ଚାଷୀଙ୍କ ସେବାରେ ଲାଗିବ ଓ ଚାଷୀ ତାର ଉତ୍ପାଦକୁ କମ ଦାମ୍ ରେ ବିକ୍ରିନକରି ନିଜ ଇଚ୍ଛାମୁତାବକ ଉପଯୁକ୍ତ ସମୟ କୁ ଅପେକ୍ଷା କରି ଉଚିତ ମୂଲ୍ୟ ପାଇପାରିବ । କିନ୍ତୁ ଆରମ୍ଭ ହେବା ଦିନଠାରୁ ଚାଷୀ ଏହି ଶିତଳଭଣ୍ଡାରରେ ପରିବା ରଖିବା ପାଇଁ ଅନିଚ୍ଛା ପ୍ରକାଶ କରିବା ଯୋଗୁଁ ଏହାର ସ୍ଥାୟୀତ୍ୱକୁ ନେଇ ବିରାଟ ପ୍ରଶ୍ନ ଶ୍ରୁଷ୍ଟି ହୋଇଛି । ଚାଷୀଙ୍କ କହିବାନୁଯାୟୀ ଏହି ଶୀତଳ ଭଣ୍ଡାରକୁ ପାହାଡ଼ ଉପରେ ସ୍ଥାପନା କରାଯାଇଥିବା ଯୋଗୁଁ ରାସ୍ତାକଡ଼ରୁ ସେଠାକୁ ନେବା ଓ ପୁଣିଥରେ ସମୟ ଦେଖି ବିକ୍ରି ପାଇଁ ଓହ୍ଲାଇ ଆଣିବାରେ ଚାଷୀ ଗୁଲି ପିଛା ଅନ୍ତତଃ ପକ୍ଷେ ୪୦ ଟଙ୍କା କୁଲି ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସେତେ ଦୂରରେ ପରିବା ନରଖି ଯେଣତେଣ ପ୍ରକାରେ ଯେତିକି ଦର ମିଳିଲେ ସେତିକିରେ ବିକି ଘରକୁ ଫେରିଯିବା ଭଲ ମଣୁଛନ୍ତି । ଶିତଳଭଣ୍ଡାର ସ୍ଥାପନା କରିବା ପୂର୍ବରୁ ଚାଷୀ ଓ ବ୍ୟବସାୟୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମତକୁ ସମ୍ମାନ ଜଣାଇ ଥିଲେ ଏପରି ସମସ୍ୟା ଦେଖାଯାଇନଥାନ୍ତା ବୋଲି ଚାଷୀ ଜଣାଇଛନ୍ତି ।Conclusion:ତେବେ ଚାଷୀଙ୍କ ମଧ୍ୟରେ ଗତ ବହୁବର୍ଷ ଧରି ଶିତଳଭଣ୍ଡାରରେ ପରିବା ରଖି ବ୍ୟବସାୟ କରିବାର ଅଭ୍ୟାସ ନଥିବା ଯୋଗୁଁ ଏହାର ଉପାଦେୟତା ସମ୍ପର୍କରେ ଅବଗତ ହୋଇନାହାନ୍ତି । ତେଣୁ ଏ ସଂକ୍ରାନ୍ତରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ଡିଆରଡିଏ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦେଶକ ମହେଶ୍ବର ନାୟକ ଜଣାଇଛନ୍ତି ।
........
Byte : ଚାଷୀ
Byte : ମହେଶ୍ବର ନାୟକ , ଏପିଡ଼ି , ଡିଆରଡିଏ, କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.