ETV Bharat / state

ରୂପାନ୍ତରିତ ହେବ ଗୁପ୍ତେଶ୍ୱର ପୀଠ, ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ମନ୍ଦିରର ହେବ ରୂପାନ୍ତର । 5T ଉପକ୍ରମରେ ରୂପାନ୍ତର ପାଇଁ ୨୦ କୋଟି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରୂପାନ୍ତରିତ ହେବ ଗୁପ୍ତେଶ୍ୱର ପୀଠ
ରୂପାନ୍ତରିତ ହେବ ଗୁପ୍ତେଶ୍ୱର ପୀଠ
author img

By

Published : Jul 12, 2023, 4:37 PM IST

ଭୁବନେଶ୍ବର/କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ମନ୍ଦିର ଗୁପ୍ତେଶ୍ବର ପୀଠର ହେବ ରୂପାନ୍ତର । ଏହି ପ୍ରସିଦ୍ଧ ଶୈବପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5T ଉପକ୍ରମ ଜରିଆରେ ଏହି ପ୍ରସିଦ୍ଧ ଶୈବପୀଠର ସର୍ବାଙ୍ଗୀନ ଉନ୍ନତି କରାଯିବ । ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ୍‌ ନଆଣି ପୀଠର ଉନ୍ନତି କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଗତ ଫେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତଙ୍କ ସମେତ କମିଟିର ସଦସ୍ୟଗଣ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକ ମାନଙ୍କ ସହ ପୀଠର ରୂପାନ୍ତର ନେଇ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । ଏହି ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୨୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟକୁ ନେଇ ଅସନ୍ତୋଷ

ଏହା ମଧ୍ୟ ପଢ଼ନ୍ତୁ...୨୩୦ ବର୍ଷର ଜଗନ୍ନାଥ ସାଗରକୁ ମିଳିବ ନୂଆ ପରିଚୟ, ଆରମ୍ଭ ହେବ ପୁନଃଉଦ୍ଧାର

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ କରାଯିବ । ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍ସ ପଥର ବିଛାଯିବ । ମନ୍ଦିର ପ୍ରବେଶ ଦ୍ବାରର ସୌନ୍ଦର୍ଯ୍ୟକରଣ ସହ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ । ଗୁମ୍ଫାର ଆଲୋକୀକରଣ ସାଙ୍ଗକୁ ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକାନୀଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ କରାଯିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ୍‌ ନଆଣି ୫T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର/ କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.